Latest Odisha News

ବିଷାକ୍ତ ହେଉଛି ଦିଲ୍ଲୀ ବାୟୁ, ୬୯% ପରିବାର ପ୍ରଦୂଷଣ ଜନିତ ରୋଗରେ ପିଡିତ

ନୂଆଦିଲ୍ଲୀ: ବିଷାକ୍ତ ହେଉଛି ବାୟୁ। ଦିଲ୍ଲୀ-ଏନସିଆରର ବାୟୁ ଏତେ ବିଷାକ୍ତ ଯେ ଏଠାରେ ଅଧିକାଂଶ ପରିବାରର ଜଣେ କିମ୍ବା ଜଣେ ରୁ ଅଧିକ ସଦସ୍ଯ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗୁଛନ୍ତି।

ଏକ ସର୍ଭେରୁ ଜଣାପଡିଛି ଯେ ୬୯ ପ୍ରତିଶତ ପରିବାରର ସଦସ୍ଯଙ୍କ ମଧ୍ଯରେ ଗଳାରେ ଯନ୍ତ୍ରଣା ଏବଂ କାଶ ଭଳି ପ୍ରଦୂଷଣ ଜନିତ ରୋଗ ଦେଖାଦେଇଥିଲା। ଦୀପାବଳି ଦିନ ରାତିରେ ବାୟୁ ପ୍ରଦୂଷଣର ସ୍ତର ବହୁତ ଅଧିକ ଥିଲା। ଏହାର ଏକ୍ୟୁଆଇ ସର୍ବାଧିକ ୯୯୯ରେ ପହଞ୍ଚିଥିଲା।

ତେବେ ଏହି ସର୍ଭେରେ ଦିଲ୍ଲୀ-ଏନସିଆରର ୨୧ ହଜାରରୁ ଅଧିକ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି ରିପୋର୍ଟ ଅନୁଯାୟୀ ୬୨ ପ୍ରତିଶତ ପରିବାରର ସଦସ୍ୟଙ୍କ ଆଖିରେ ଜ୍ବଳନ ଅନୁଭବ ଓ ୪୬ ପ୍ରତିଶତ ପରିବାରରେ ଥଣ୍ଡା କିମ୍ବା ନାକ ବନ୍ଦ ଭଳି ସମସ୍ୟା ଦେଖାଯାଇଛି

ସର୍ଭେ କରାଯାଇଥିବା ୩୧% ଲୋକ ଆଜମା ଭଳି ଅନୁଭବ କରିଥିବା ବେଳେ ଆଉ  ୩୧% ମୁଣ୍ଡବିନ୍ଧା ସମସ୍ୟା ଅନୁଭବ କରିଛନ୍ତି। ପ୍ରାୟ ୨୩% ଧ୍ୟାନ ଦେବାରେ ଓ  ୧୫% ଶୋଇବାରେ ଅସୁବିଧା ଭୋଗିଥିବା ପ୍ରକାଶ କରିଛନ୍ତି। ତେବେ ୩୧ ପ୍ରତିଶତ ପରିବାର ପ୍ରଦୂଷଣ ଜନିତ ସମସ୍ୟାର ସମ୍ମୁଖୀନ ହୋଇନାହାଁନ୍ତି।

ତେବେ ଏ ସବୁରୁ ରକ୍ଷା ପାଇବା ପାଇଁ କିଛି ଲୋକ ଦିଲ୍ଲୀ ଛାଡିବା କଥା ଚିନ୍ତା କରୁଥିବା ବେଳେ ଆଉ କିଛି ଲୋକ ଘରୁ ନ ବାହାରିବାକୁ ଚିନ୍ତା କରୁଛନ୍ତି ଏବଂ ଆଉ କିଛି ଲୋକ ଏୟାର ପ୍ୟୁରିଫାୟର  ବ୍ୟବହାର କରିବାକୁ ଯୋଜନା କରୁଥିବା ଜଣାପଡିଛି।

Comments are closed.