Latest Odisha News

BREAKING NEWS

ଋଷର ମସ୍କୋରେ ଆରମ୍ଭ ହେଲା ଟୀକାକରଣ, ଖୋଲିଲା ୭୦ ଭ୍ୟାକସିନ୍ ସେଣ୍ଟର

ମସ୍କୋ: ଋଷର ରାଜଧାନୀ ମସ୍କୋରେ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍-୧୯ ଟୀକାକରଣ । ଯେଉଁମାନଙ୍କୁ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି, ସେହିମାନଙ୍କୁ ଏହି ଟିକା ଦିଆଯାଉଛି । ଋଷ ନିଜର ସ୍ପୁଟନିକ୍-ଭି ଟିକା ଦେଉଛି । ହଜାର ହଜାର ଲୋକ ଟୀକାକରଣ ପାଇଁ ପଞ୍ଜିକରଣ କରିଛନ୍ତି । ସ୍ପୁଟନିକ୍-ଭି ବିକଶିତ କରିଥିବା ବୈଜ୍ଞାନିକ ଦାବି କରିଛନ୍ତି ଯେ, ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ।

ପ୍ରଥମେ ଟିକା ସ୍କୁଲ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ ଓ ସାମାଜିକ କର୍ମଚାରୀଙ୍କୁ ଦିଆଯିବ । ସବୁ ଆକ୍ରାନ୍ତଙ୍କୁ ୨୧ ଦିନ ବ୍ୟବଧାନରେ ଦୁଇଟି ଇଞ୍ଜେକ୍ସନ ଦିଆଯିବ । ଟୀକାକରଣ ପାଇଁ ୭୦ଟି କେନ୍ଦ୍ର ଖୋଲାଯାଇଛି । କେଉଁମାନଙ୍କୁ କେଉଁ ସମୟରେ ଟିକା ଦିଆଯିବ, ସେନେଇ ସମୟ ନିର୍ଦ୍ଧାରଣ କରାଯାଇଛି । ସ୍ପୁଟନିକ୍-ଭି ବିଶ୍ବର ପ୍ରଥମ ପଞ୍ଜିକୃତ କରୋନା ଟିକା ବୋଲି ଋଷ ଦାବି କରିଛି । ଅଗଷ୍ଟ ମାସରେ ସରକାର ଏହାକୁ ମଞ୍ଜୁରୀ ଦେଇଥିଲେ ।

ଗତ ୨୪ ଘଣ୍ଟାରେ ଋଷରେ ୨୮ ହଜାର ୭୮୨ ନୂଆ ମାମଲା ରେକର୍ଡ କରାଯାଇଛି । ଏହା ପୂର୍ବରୁ ଡିସେମ୍ବର ୩ ତାରିଖରେ ୨୮ ହଜାର ୧୪୫ ନୂଆ ମାମଲା ସାମ୍ନାକୁ ଆସିଥିଲା । ଋଷରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୪ ଲକ୍ଷ ୩୧ ହଜାର ୭୩୧ରେ ପହଞ୍ଚିଛି ।

Leave A Reply

Your email address will not be published.