Latest Odisha News

BREAKING NEWS

ଥରିଲା ଇଣ୍ଡୋନେସିଆ, ସମୁଦ୍ର ଭିତରେ ସୃଷ୍ଟି ହେଲା ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ

ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ବାଲି। ଇଣ୍ଡୋନେସିଆର ବାଲି ସାମୁଦ୍ରିକ ଅଞ୍ଚଳରେ ଭୂକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରହିଛି। ସମୁଦ୍ର ମଝିରେ ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି ।  ଭୂକମ୍ପର କେନ୍ଦ୍ରସ୍ଥଳ ଇଣ୍ଡୋନେସିଆର ମାତାରାମଠାରୁ ୨୦୩ କିଲୋମିଟର ଦୂରରେ ହୋଇଥିବା ଜଣାପଡ଼ିଛି। ସମୁଦ୍ର ପତ୍ତନଠୁ ପ୍ରାୟ ୫୧୮ କିମି ଗଭୀରରେ ଭୂକମ୍ପ ହୋଇଥିବାରୁ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନି। ସେହିପରି ଭୂକମ୍ପ ଯୋଗୁ ସୁନାମିର ଆଶଙ୍କା ନଥିବା ଇଣ୍ଡୋନେସିଆର ଭୂତତ୍ତ୍ୱ ବିଭାଗ ସ୍ପଷ୍ଟ କରିଛି। ତେବେ ଭୂମିକମ୍ପ ପରେ ସୂନାମୀ ସତର୍କତା ଜାରି ହୋଇନାହିଁ ।

ଯଦିଓ ଏହି ଶକ୍ତିଶାଳୀ ଭୂକମ୍ପ ସମୁଦ୍ର ଭିତରେ ହୋଇଛି ତଥାପି ସମୁଦ୍ର ପାଖାପାଖି ଅଞ୍ଚଳରେ ରହୁଥିବା ଲୋକମାନେ ଭୟଭୀତ ହୋଇ ବିଲ୍ଡିଂରୁ ବାହାରକୁ ଚାଲି ଆସିଥିବା ଜଣାଯାଇଛି।ଅନ୍ୟପଟେ ବାଲି ଏବଂ ଲମ୍ବୋକ କିଛି ଅଞ୍ଚଳରେ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ଇଣ୍ଡୋନେସିଆର ମାତରାମ ଠାରୁ ୨୦୧ କିଲୋମିଟର ଏବଂ ୫୧୮ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳି ରହିଛି । ଗତ ବର୍ଷ ନଭେମ୍ବରରେ ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରାନ୍ତରେ ଭୂକମ୍ପ ସୃଷ୍ଟି ହୋଇଥିବା ବେଳେ ଏଥିରେ ୩ଶହ ଲୋକଙ୍କ ଜୀବନ ଚାଲି ଯାଇଥିଲା। ସେତେବେଳେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରେକର୍ଗଡ ହୋଇଥିଲା  । ଗତ ୨୦୦୫ ମସିହା ମାର୍ଚ୍ଚ ୨୮ ତାରିଖରେ ୮.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।  ଯେଉଁଥିରେ ୧୩ଶହରୁ ଅଧିକ ଲୋକଙ୍କର ଜୀବନ ଚାଲିଯାଇଥିଲା । ତାହା ପୃଥିବୀର ସବୁଠୁ ଭୟଙ୍କର ଭୂକମ୍ପ ମଧ୍ୟରୁ ଚତୁର୍ଥ ଥିଲା।

Leave A Reply

Your email address will not be published.