Latest Odisha News

BREAKING NEWS

ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସ, ଓଡ଼ିଶା (ସିଜିଜିଓ) କାର୍ଯ୍ୟାଳୟ ଉଦଘାଟିତ

ଭୁବନେଶ୍ୱର : ଫଳାଫଳ ଭିତ୍ତିକ ପରିଚାଳନା ଓ ସାମାଜିକ ଅଭିନବତ୍ୱ ଆଣିବା ଦିଗରେ ସିଜିଜିଓ ଏକ  ସ୍ଥାୟୀ କାର୍ଯ୍ୟକ୍ଷେତ୍ର ଭାବେ କାର୍ଯ୍ୟ କରିବା ପାଇଁ ଗୋପବନ୍ଧୁ ପ୍ରଶିକ୍ଷଣ ଏକାଡେମୀ ପରିସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ଗୋପବନ୍ଧୁ ପ୍ରଶିକ୍ଷଣ ଏକାଡେମୀ ପରିସରରେ ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମାଙ୍କ ଦ୍ୱାରା ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସ, ଓଡ଼ିଶା (ସିଜିଜିଓ) କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଏକାଡେମୀ ତରଫରୁ ପ୍ରକାଶିତ ଦୁଇଟି ପୁସ୍ତକ-୨୦୧୯ ବ୍ୟାଚ୍ର ଓଏଏସ୍ ଅଫିସର ପ୍ରଶିକ୍ଷଣର୍ଥୀଙ୍କ ଅଧ୍ୟୟନ ପରିଦର୍ଶନ ସମ୍ପର୍କିତ “ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ” ଏବଂ ଏହି ପ୍ରୋବେସନରଙ୍କ ଦ୍ୱାରା “ପୁସ୍ତକ ସମୀକ୍ଷା ସଂକଳନ” ସହିତ  “ଏକାଡେମୀ ନ୍ୟୁଜ ପତ୍ରିକା  ଏବଂ ଏକ  ‘ପ୍ରଶିକ୍ଷଣ ମାନ୍ୟୁଆଲ’ ଉନ୍ନୋଚିତ ହୋଇଯାଇଛି ।

ଏକାଡେମୀ ସର୍ବଦା ଗୁଣାତ୍ମକ ପ୍ରଶିକ୍ଷଣକୁ ଗୁରୁତ୍ୱ ଦେଇଆସିଛି । ପ୍ରଶିକ୍ଷଣ ନେଉଥିବା ଅଧିକାରୀମାନେ  ଜ୍ଞାନ ଆହରଣ ସଙ୍ଗେ ସଙ୍ଗେ ମୂଲ୍ୟବୋଧ ଭିତ୍ତିକ, ନୀତିନିଷ୍ଠ, ସଦାଚାର ଓ  ଦକ୍ଷତା ସମ୍ପନ୍ନ ହେବା ସହିତ ସାଧୁତା, ଭୟମୁକ୍ତ ଓ ନିରପେକ୍ଷତା ବଜାୟ ରଖିବା ପ୍ରତି ପ୍ରଶିକ୍ଷଣ ଦିଆଯାଉଛି ବୋଲି ମହାନିର୍ଦ୍ଦେଶକ ଶ୍ରୀ ଶର୍ମା ମତବ୍ୟକ୍ତ କରିଥିଲେ ।

ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ପ୍ରେବେସନର ତଥା ଅଧିକାରୀମାନେ ଓଡିଶାର ଭୌଗୋଳିକ ସ୍ଥିତି, ପରିସଂସ୍ଥା, ପରିବେଶ ଓ  ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ତଥ୍ୟ ଅଧିକରୁ ଅଧିକ ଅଧ୍ୟୟନ ଉପରେ ସେ ଗୁରୁତ୍ୱ ଦେବାପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ହିମାଂଶୁ ଭୂଷଣ ପଣ୍ଡା, ଡେପୁଟୀ ଉପ ମହାନିର୍ଦ୍ଦେଶକ  ତଥା ସ୍ୱତନ୍ତ୍ର ଶାସନ ସଚିବ ପ୍ରତାପ କୁମାର ମିଶ୍ର,  ଅତିରିକ୍ତ  ନିର୍ଦ୍ଦେଶିକା ଆରାଧନା ଦାସ, ଯୁଗ୍ମ ନିର୍ଦ୍ଦେଶିକା ମମତାରାଣୀ ନାୟକ, ସହଯୋଗୀ ତଥା ସୁଶାସନ କେନ୍ଦ୍ର, ଓଡ଼ିଶା ଟିମର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.