Latest Odisha News

BREAKING NEWS

Earthquake:ତାଇୱାନରେ ୭.୦ ତୀବ୍ରତାର ଭୂମିକମ୍ପ, ଦୋହଲିଗଲା କୋଠାଘର

ନୂଆଦିଲ୍ଲୀ: ପୁଣି ଥରେ ଭୂମିକମ୍ପରେ ତାଇୱାନ ଥରି ଉଠିଲା। ଶନିବାର (ଡିସେମ୍ବର ୨୭) ସନ୍ଧ୍ୟାରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭ ଥିଲା। ୟିଲାନ କାଉଣ୍ଟିର ସୁଆଓ ଟାଉନସିପର ଉପକୂଳରୁ ୨୦ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳ ୟିଲାନ କାଉଣ୍ଟିର ୩୨.୩ କିଲୋମିଟର ପୂର୍ବରେ ୭୨.୮ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା। ସମଗ୍ର ତାଇୱାନ ଏବଂ ଦକ୍ଷିଣ ଜାପାନର ଦ୍ୱୀପପୁଞ୍ଜରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଗତ ତିନି ଦିନ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି, ଯାହା ଫଳରେ ତାଇୱାନ ଥରି ଉଠିଛି।

ଭୂମିକମ୍ପର ଝଟକା ରାଜଧାନୀ ତାଇପେର ଅନେକ କୋଠାଘରକୁ ଦୋହଲାଇ ଦେଇଥିଲା, ଯାହାଦ୍ୱାରା ବାସିନ୍ଦା ଭୟଭୀତ ହୋଇଯାଇଥିଲେ। ରାଜଧାନୀ ତାଇପେ ସମେତ ଦ୍ୱୀପର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁସାରେ, ଜାପାନ, ଫିଲିପାଇନ୍ସ ଏବଂ ଚୀନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଭୂମିକମ୍ପ ପରେ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ। ତାଇପେସିଟି ସରକାର କହିଛନ୍ତି ଯେ ଏପର୍ଯ୍ୟନ୍ତ ବଡ଼ କ୍ଷୟକ୍ଷତିର କୌଣସି ରିପୋର୍ଟ ଆସିନାହିଁ।

ସୂଚନାଥାଉକି, ଏଠାରେ ୧୯୯୯ ରେ ଏକ ୭.୩ତୀବ୍ରତାର ଭୂମିକମ୍ପରେ ୨୦୦୦ ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା । ଏହାପରେ ୨୦୧୬ରେ ତାଇୱାନରେ ହୋଇଥିବା ଭୂମିକମ୍ପରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।

Comments are closed.