Latest Odisha News

BREAKING NEWS

ପ୍ରତିଦିନ ସକାଳୁ ଖାଆନ୍ତୁ କିସମିସ୍ , ଦୂର ହେବ ବହୁ ଅସାଧ୍ୟ ରୋଗ…

ନୂଆଦିଲ୍ଲୀ : କିସ୍‌ମିସ୍‌ ଖାଇବାକୁ କାହାକୁ ବା ଭଲ ଲାଗେନା ? କିସ୍‌ମିସ୍‌ ଖାଇବାକୁ ଯେତିକି ସ୍ବାଦିଷ୍ଟ ତାହା ଦେହ ପାଇଁ ତା’ଠାରୁ ବି ଅଧିକ ଭଲ। ଏଥିରେ ବହୁ ସ୍ୱାସ୍ଥ୍ୟଗତ ଫାଇଦା ରହିଛି। ତେବେ ଆସନ୍ତୁ ଜାଣିବା କିସମିସ୍ ଖାଇବା ଆମ ସ୍ବାସ୍ଥ୍ୟପକ୍ଷେ କେତେ ଲାଭଦାୟକ । କିସ୍‌ମିସ୍‌ ଖାଇବା ଦ୍ୱାରା ଉତ୍ତମ ହଜମ ହେବା ସହ କୋଷ୍ଠକାଠିନ୍ୟ ବି ଦୂର ହୋଇଥାଏ।  ଥଣ୍ଡା, ଜ୍ୱର, କାଶ ଆଦି ରୋଗର ନିରାକରଣ ବି ଏଥିରେ ରହିଛି  ।

କେବଳ ସେତିକି ନୁହେଁ, ଏହାର ସକାରାତ୍ମକ ପ୍ରଭାବ ଆଖି, ଦାନ୍ତ, କେଶ ଓ ହାଡ଼ ଆଦିରେ ପଡ଼ିଥାଏ। ଏଥିରେ କ୍ୟାଲ୍‌ସିୟମ୍‌, ଆଇରନ୍‌, ପଟ୍ଟାସିୟମ୍‌, ଫସ୍‌ଫରସ୍‌ ଏବଂ ମାଗ୍‌ନେସିୟମ ଆଦି ରହିଛି। ଏହାବ୍ୟତୀତ ଏଥିରେ ଭିଟାମିନ ସି, ଏବଂ ବି-୬ ମଧ୍ୟ ରହିଛି। ତେବେ ମନରେ ପ୍ରଶ୍ନ ଉଠୁଛି  । ଏହାକୁ କେମିତି ଖାଇବା  । ଆସନ୍ତୁ ଜାଣିବା  । ପ୍ରଥମେ ରାତିରେ ୪  କିମ୍ବା ୬ଟି କିସ୍‌ମିସ୍‌କୁ ପାଣିରେ ଭିଜେଇ ଦିଅନ୍ତୁ। ସକାଳୁ ଉଠି ଦାନ୍ତ ଘସିବା ପରେ ଖାଲି ପେଟରେ ସେହି ପାଣି ମିଶା କିସ୍‌ମସ୍‌କୁ ଖାଇଦିଅନ୍ତୁ।

ଯେଉଁମାନଙ୍କର ସ୍ୱାସ୍ଥ୍ୟ ସହଜରେ ଲାଗେ ନାହିଁ ସେମାନେ କିସ୍‌ମିସ୍‌ ଖାଇପାରିବେ ।  ଏହା ଶରୀରରେ ଅତିରିକ୍ତ ଚର୍ବି ନ ବନାଇ ବ୍ୟକ୍ତିକୁ ମୋଟା ହେବାରେ ସହାୟ ହୋଇଥାଏ  ।କିସମିସରେ କର୍କଟ ରୋଗକୁ ପ୍ରତିରୋଧ କରିବାର ବି  କ୍ଷମତା ରହିଛି। ଏହାଛଡ଼ା କିସ୍‌ମିସ୍‌ ଖାଇବା ଦ୍ବାରା ହୃଦ୍‌ରୋଗ, ମଧୁମେହ, ନିଦ୍ରାହୀନତା, ତ୍ୱଚା, କେଶ, କିଡନୀ ଜନିତ ରୋଗ ଆଦି ମଧ୍ୟ ଦୂର ହୋଇଥାଏ ।

Comments are closed.