Latest Odisha News

BREAKING NEWS

ଚାଲିଛି ପୂଜା , ଲାଗିଛି ଗହଳି : ଆଜି ମଣ୍ଡପରେ ମହାନବମୀ ପୂଜା, ଶକ୍ତି ପୀଠରେ ବିଶ୍ରାମ ନେଉଛନ୍ତି ମହାମାୟା

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ବିଶ୍ରାମ ଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ  । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ  । ସମସ୍ତଙ୍କ ମନରେ ଖଳିଯାଇଛି ଶୀହରଣ  ।  ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱରର ପୂଜା ମଣ୍ଡପ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ । ଦେଶବିଦେଶର ପ୍ୟାଲେସ ତୋରଣ ଭିତରେ ସୁନାଚାନ୍ଦିରେ ଝଟକୁଛନ୍ତି ମାଆ ।

ମୀନା ବଜାର ସାଙ୍ଗକୁ ପୂଜା ପାଇଁ ସବୁଠି ଖଚାଖଚ ଭିଡ଼ ।ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । କଟକ , ଭୁବନେଶ୍ବରରେ ଦୁର୍ଗାପୂଜା ଲାଗି  ପ୍ରବଳ ଭିଡ ପରିଲକ୍ଷିତ ହୋଇଛି  । ରାତି ୧୨ଟା ଯାଏ ଲୋକ ବୁଲି ମେଢ ଦେଖୁଛନ୍ତି  । ଲୋକଙ୍କ ମନୋରଞ୍ଜନ ଲାଗି  ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି  ।  ପୂଜା ପାଇଁ ଭିଡ ବଢୁଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତାକାଲି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ଅଧର୍ମ ଉପରେ ଧର୍ମର ବିଜୟ । ଦଶହରା ଦିନ ରାବଣପୋଡିର ପରମ୍ପରା ରହିଛି । ବିଜୟା ଦଶମୀ ପରେ ଧରାପୃଷ୍ଠରୁ ମେଲାଣି ନେବେ ଦୁର୍ଗତିନାଶିନୀ ।

Leave A Reply

Your email address will not be published.