Latest Odisha News

BREAKING NEWS

ମାଟ୍ରିକ ପରୀକ୍ଷାରେ କପି ଘଟଣା; ୭ ଗିରଫ

କଟକ: କଟକ ଜିଲ୍ଲାର ମାଣିଆବନ୍ଧ ଅଞ୍ଚଳର ଏକ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ବେଳେ ଛାତ୍ରଛାତ୍ରୀଙ୍କୁ ‘କପି ସାମଗ୍ରୀ’ ଯୋଗାଇବା ଅଭିଯୋଗରେ ପୋଲିସ ଶନିବାର ଦିନ ସାତ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗିରଫ ବ୍ୟକ୍ତିମାନେ ମାଟ୍ରିକ୍ ପରୀକ୍ଷା ଦେଉଥିବା କିଛି ଛାତ୍ରଙ୍କ ସମ୍ପର୍କୀୟ। ସେମାନେ କେନ୍ଦ୍ରରେ ବିଜ୍ଞାନ ପରୀକ୍ଷା ସମୟରେ ଉତ୍ତର ସାମଗ୍ରୀ ଯୋଗାଉଥିଲେ। ତେବେ ଗିରଫ ବ୍ୟକ୍ତିମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଅପରପକ୍ଷରେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସେମାନଙ୍କୁ ଗିରଫ କରାଯାଇଛି।

Comments are closed.