Latest Odisha News

ରାଜ୍ୟରେ ପାଞ୍ଚ ବର୍ଷର ଶିଶୁ ସମେତ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଜଣେ ୫ ବର୍ଷର ଶିଶୁ ଜୀବନ ନେଇଛି କରୋନା । ଗତ ୨୪ ଘଣ୍ଟା ଭିତରେ ଆଉ ୭ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ରାୟଗଡ଼ାରୁ ଦୁଇ, କଟକ ଜିଲ୍ଲାରୁ ଜଣେ ଓ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ଜଣେ ପାଞ୍ଚ ବର୍ଷର ଶିଶୁ ପ୍ରାଣ ହରାଇଛି । ଶିଶୁଟି ମସ୍ତିଷ୍କ ପକ୍ଷାଘାତରେ ପୀଡ଼ିତ ଥିଲା ।

ରାଜ୍ୟରେ ୧୫୪କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁହାର କମ୍ ରହିଛି । ମୋଟ୍ ଆକ୍ରାନ୍ତଙ୍କ ୦.୫୪ ପ୍ରତିଶତ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ମୃତକଙ୍କ ସମ୍ପର୍କରେ ସୂଚନା
– ଗଞ୍ଜାମ ଜିଲ୍ଲାର ୫୫, ୫୬ ଓ ୩୯ ବର୍ଷୀୟ ପୁରୁଷ
– ରାୟଗଡ଼ା ଜିଲ୍ଲାର ୭୨ ବର୍ଷୀୟ ବୃଦ୍ଧ
– ରାୟଗଡ଼ା ଜିଲ୍ଲାର ୩୧ ବର୍ଷୀୟ ଯୁବକ
– କଟକ ଜିଲ୍ଲାର ୪୫ ବର୍ଷୀୟ ବ୍ୟକ୍ତି
– ଭୁବନେଶ୍ୱରର ୫ ବର୍ଷର ଶିଶୁ

Leave A Reply

Your email address will not be published.