ଗଜପତି: କରୋନା ପାଇଁ ବଢୁଛି କଟକଣା । କେଉଁଠି ଲକଡାଉନ ତ ଆଉ କେଉଁଠି ସଟଡାଉନ । ଏହାର ବିସ୍ତାରରେ ସାମାନ୍ୟ ଅଙ୍କୁଶ ଲଗାଇବା ପାଇଁ ଗଜପତିରେ ଜିଲ୍ଲାରେ ଲାଗୁ ହେବାକୁ ଯାଉଛି ସପ୍ତାହିକ ୪ ଦିନିଆ ସଟ୍ଡାଉନ । ଏନେଇ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ପ୍ରତି ସପ୍ତାହର ଗୁରୁବାରଠାରୁ ରବିବାର ଯାଏ ଗଜପତି ଜିଲ୍ଲାରେ ସଟ୍ଡାଉନ କଟକଣା ବଳବତ୍ତର ରହିବ । ସେହିପରି ସୋମବାରଠାରୁ ବୁଧବାର ଯାଏଁ ଜାରି ହେବ ଲକ୍ଡାଉନ କଟକଣା । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ଆସନ୍ତା ଗୁରୁବାର ଠାରୁ ଗଜପତି ଜିଲ୍ଲାରେ ଭି କଟକଣା ଲାଗୁ ହେବାକୁ ଥିବା ବେଳେ ପରବର୍ତ୍ତୀ ନିର୍ଦେଶ ଯାଏଁ ଏହା ଜାରି ରହିବା ନେଇ ଘୋଷଣା କରାଯାଇଛି ପାରଳାଖେମୁଣ୍ଡି ସହର ସମେତ ସବୁ ବ୍ଲକ ମୁଖ୍ୟାଳୟ ସଟ୍ଡାଉନ ରହିବ ବୋଲି ସୂଚନା ମିଳିଛି ।