Latest Odisha News

ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ୭ ଆହତ, ୨ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ପୁରୁଷୋତ୍ତମପୁରରେ ଦୁର୍ଘଟଣା। ବସ୍ ସହିତ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଘଟିଛି ଏହି ଦୁର୍ଘଟଣା।। ଏଥିରେ ୭ଜଣ ଆହତ ହୋଇଥିବା ବେଳେ ୨ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ପୁରୁଷୋତ୍ତମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।

ବସଟି କିଛି ଶ୍ରଦ୍ଧାଳୁଙ୍କ ନେଇ ତାରାତାରିଣୀ ଦର୍ଶନ ପାଇଁ ବାହାରିଥିଲା।  ତେବେ ମା’ଙ୍କର ଦର୍ଶନ ସାରି ଫେରୁଥିବା ବେଳେ ଟ୍ରକ୍ ସହ ମୁହାଁ ମୁହିଁ ହୋଇ ଧକ୍କ୍ା ହୋଇ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଂଚି ସେମାନଙ୍କୁ ଉଦ୍ଧାର କରିବା ସହିତ ମେଡିକାଲରେ ଭର୍ତ୍ତି କରାଇଛନ୍ତି।

Leave A Reply

Your email address will not be published.