Latest Odisha News

ନିରାପତ୍ତା ବାହିନୀ ଏନକାଉଣ୍ଟରରେ ୭ ମାଓବାଦୀ ନିହତ, ମୃତାହତଙ୍କ ମଧ୍ୟରେ ୩ ମହିଳା ମାଓବାଦୀ

ମାଲକାନଗିରି/ଭୁବନେଶ୍ୱର : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା-ବିଜାପୁର ମଧ୍ୟରେ ରହିଥିବା ଜଙ୍ଗଲରେ ଗତରାତିରେ ପୋଲସି-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୭ଜଣ ମାଓବାଦୀ ନିହତ ହୋଇଛନ୍ତି ।

ନିହତ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ନକ୍ସଲପନ୍ଥୀ ରହିଥିବାର ସୂଚନା ମିଳିଛି ।

ମିଳିଥିବା ସୂତ୍ରରୁ ଜଣାପଡ଼ିଛି, ସ୍ଥାନୀୟ ପୋଲିସ, ଡିଭିଏଫ, ଏସଟିଏଫ ଏବଂ ବିଆରଜିର ମିଳିତ କମ୍ବିଂ ଅପରେସନରେ ଏକ ମାଓବାଦୀ କ୍ୟାମ୍ପକୁ ଠାବ କରାଯାଇଥିଲା ।

ସୁରକ୍ଷାକର୍ମୀଙ୍କ ଉପରକୁ ଜଣେ ମାଓବାଦୀ ଆଖିବୁଜା ଗୁଳି ଚାଳନା କରିବାରୁ ସୁରକ୍ଷାକର୍ମୀମାନେ ଚାରିପଟୁ ମାଓବାଦୀଙ୍କୁ ଘେରି ଅତର୍କିତ ଗୁଳି ଚାଳନା କରିଚାଲିଥିଲେ । ଫଳରେ ଘଟଣାସ୍ଥଳରେ ୭ଜଣ ମାଓବାଦୀ ନିହତ ହେଲେ ।

ଧ୍ୱସ୍ତବିଧ୍ୱସ୍ତ ମାଓ କ୍ୟାମ୍ପରୁ ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବୋମା, ବାରୁଦ ଏବଂ ନକ୍ସଲ ସାମଗ୍ରୀ ଜବତ କରିଛି । ଏବେ ମଧ୍ୟ ସେହି ଜଙ୍ଗଲ ଅଞ୍ଚଳରେ ଆଉ କିଛି ମାଓ କ୍ୟାମ୍ପ ରହିଥିବାର ପୋଲିସ ଖୋଜାଖୋଜି ଜାରି ରଖିଛି ।

Leave A Reply

Your email address will not be published.