Latest Odisha News

BREAKING NEWS

ଭୁବନେଶ୍ୱରରେ ଦିନକରେ ୭ ଆକ୍ରାନ୍ତ ଓ ୭ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଚିହ୍ନଟ ନୂଆ ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଲୋକାଲ୍ ମାମଲା ରହିଛି।

ଭୁବନେଶ୍ୱରରେ ମୋଟ୍ ଆକ୍ଟିଭ କେସ୍ ୨୦୦ ରହିଥିବା ବେଳେ ୩୧ ହଜାର ୭୪୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ମାମଲା ୨୪୩ରେ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୨୮୪ରେ ପହଞ୍ଚିଛି।

ଅଧିକ ପଢନ୍ତୁ- ଭ୍ୟାକସିନ୍ କାଉଣ୍ଟଡାଉନ୍: ଟିକାକରଣର ୨-୩ ଦିନ ପୂର୍ବରୁ ଓଡ଼ିଶା ଆସିପାରେ କୋଭିଡ୍ ଟିକା

ଉଲ୍ଲେଖଯୋଗ୍ୟ, ଦେଶରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ କୋଭିଡ୍ ଟିକାକରଣ । ତାର ଦୁଇ ତିନି ଦିନ ପୂର୍ବରୁ ଓଡ଼ିଶାକୁ ଆସିପାରେ ଭ୍ୟାକସିନ୍ । ଏଥିପାଇଁ ତୟାର ଅଛନ୍ତି ସରକାର । ରାଜ୍ୟର ୧୬୦ଟି ସ୍ଥାନରେ ଟିକାକରଣ ହେବ । ଦୁଇଟି ଜାଗାରେ ଟୁଓଏ କମ୍ୟୁନିକେସନ ରହିବ । ଊଐଐ ସୁନ୍ଦରଗଡ଼ ଓ କ୍ୟାପିଟାଲ ହସ୍ପିଟାଲରେ ରହିବ ଏହି ବ୍ୟବସ୍ଥା ।

Leave A Reply

Your email address will not be published.