Latest Odisha News

BREAKING NEWS

ପ୍ରଶାସକ ଗଙ୍ଗାଧର ସାହୁଙ୍କ ଲିଖିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସକ ଗଙ୍ଗାଧର ସାହୁଙ୍କ ଲିଖିତ ପୁସ୍ତକ “ତଥାପି ହଟିନି ଅନ୍ଧାର ” ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ସ୍ତମ୍ଭକାର ଶ୍ୟାମସୁନ୍ଦର ଅଗ୍ରୱାଲ ପୁସ୍ତକର ସମୀକ୍ଷା କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ପ୍ରଫେସର ଧନେଶ୍ୱର ସାହୁ ସଭାପତିତ୍ୱ କରିଥିଲେ। ହେତୁବାଦୀ ସମାଜର ସଭାପତି ନରେନ୍ଦ୍ର ନାୟକ କୋଭିଡ଼ ସମୟରେ ବିଜ୍ଞାନ ଓ ଅନ୍ଧବିଶ୍ୱାସ ସମ୍ପର୍କରେ ଆଲୋଚନା କରିଥିଲେ। ପୁସ୍ତକଟିରେ କୁସଂସ୍କାର, ଅନ୍ଧବିଶ୍ୱାସ , ନାରୀ ନିର୍ଯ୍ୟାତନା, ଭଳି ଘୃଣ୍ୟ ପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା।

 

Leave A Reply

Your email address will not be published.