Latest Odisha News

NEET-JEE ପରୀକ୍ଷାକୁ ବିରୋଧ, ସୁପ୍ରିମକୋର୍ଟ ଯିବେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା । କରୋନା ସଙ୍କଟ ମଧ୍ୟରେ ଆସନ୍ତା ସେପ୍ଟେମ୍ବରରେ ଜେଇଇ ଓ ନିଟ୍ ପରୀକ୍ଷା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ଏହାରି ଭିତରେ ବୁଧବାର ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ କେନ୍ଦ୍ରର ପରୀକ୍ଷା ନିଷ୍ପତିକୁ ବିରୋଧ କରିବା ସହ ସୁପ୍ରିମକୋର୍ଟ ଯିବା ପାଇଁ ଘୋଷଣା କରିଛନ୍ତି ।

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆଜି ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ଭର୍ଚୁଆଳ ବୈଠକ ବସିଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ର ସରକାରଙ୍କ ପରୀକ୍ଷା ନିଷ୍ପତିକୁ ବିରୋଧ କରି ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟ ଯିବେ । ଏହି ବୈଠକରେ ଜିଏସଟି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି।

ଏହି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବାଘେଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣସାମୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭର୍ଚୁଆଲ ମିଟିଂରେ ମୁଖ୍ୟମନ୍ତ୍ରୀଙ୍କୁ ଜେଇଇ ଓ ନିଟ୍ ପରୀକ୍ଷା ସ୍ଥଗିତ ରଖିବା ପାଇଁ ଏକଜୁଟ ହେବାକୁ ଆହ୍ଵାନ କରିଛନ୍ତି।  ସେ କହିଛନ୍ତି ସମସ୍ତ ରାଜ୍ୟ ସରକାରଙ୍କୁ ମୋର ଅନୁରୋଧ ଆମେ ପରୀକ୍ଷା ସ୍ଥଗିତ କରିବା ପାଇଁ ଏକ ସଙ୍ଗେ ସୁପ୍ରିମକୋର୍ଟ ଯିବାକୁ ପଡିବ ଏବଂ ଯେ ପର‌୍ୟ୍ୟନ୍ତ ଅବସ୍ଥାରେ ସୁଧାର ଆସିନାହିଁ ସେ ପର‌୍ୟ୍ୟନ୍ତ ଜେଇଇ ଓ ନିଟ୍ ପରୀକ୍ଷା ସ୍ଥଗିତ ରଖାଯାଉ ବୋଲି ଦାବି କରିବାକୁ ପଡିବ। ବର୍ତ୍ତମାନ ଟ୍ରେନ ଚଳାଚଳ କରୁନାର୍ହି । ବିମାନ ସେବା ମଧ୍ୟ ଅଧିକ ତ୍ୱରାନ୍ୱିତ ହୋଇନାହିଁ । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ କିଭଳି ପରୀକ୍ଷାରେ ବସିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.