Latest Odisha News

BREAKING NEWS

ଜୁନ୍ ୪ରେ ଭୋଟ୍ ଗଣତି ବେଳେ ରାଜ୍ୟରେ ମୁତୟନ ହେବେ ୭୦ କମ୍ପାନୀ ସିଏପିଏଫ

ଭୁବନେଶ୍ଵର: ସରିଛି ଲୋକସଭା ନିର୍ବାଚନ । ଜୁନ୍ ୪ରେ ହେବ ଭୋଟ ଗଣତି । ଫଳାଫଳ ଅପେକ୍ଷାରେ ସମସ୍ତ ରାଜନୈତୀକ ଦଳ । ସେପଟେ ଜୁନ ୪ରେ ଭୋଟ ଗଣତି ବେଳେ ଆଇନଶୃଙ୍ଖଳା ପାଇଁ ରାଜ୍ୟରେ ୭୦ କମ୍ପାନୀ ସିଏପିଏଫ କର୍ମଚାରୀ ମୁତୟନ ହେବେ । ଜୁନ୍ ୬ ପର୍ଯ୍ୟନ୍ତ ରାଜ୍ୟରେ ମୁତୟନ ରହିବେ ଅଧିକ ୭୦ କମ୍ପାନୀ ସିଏପିଏଫ । ସେପଟେ ଷ୍ଟ୍ରଙ୍ଗରୁମ୍, କାଉଣ୍ଟିଂ ସେଣ୍ଟରରେ ୨୫ କମ୍ପାନୀ ମୁତୟନ ହେବେ । ତେବେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବାକୁ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନର ।

ଲୋକସଭା ନିର୍ବାଚନ ୨୦୨୪ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି । ଇଭିଏମରେ ସିଲ୍ ହୋଇଛି ସମସ୍ତ ରାଜନୈତୀକ ଦଳର ପ୍ରାର୍ଥୀ ମାନଙ୍କ ଭାଗ୍ୟ । ଏବେ କେବଳ ଅପେକ୍ଷା ଫଳାଫଳକୁ । ଜୁନ ୪ରେ ନିର୍ବାଚନ ଫଳାଫଳ ଆସିବାକୁ ଥିବାବେଳେ ଭୋଟର କାହା ଉପରେ ସୁନା କଳସ ଢାଳିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Comments are closed.