Latest Odisha News

ଓଡ଼ିଶାର ଏହି ଜେଲରେ ୭୫ ଅନ୍ତେବାସୀ କରୋନା ପଜିଟିଭ୍

ରାୟଗଡ଼ା: ଜେଲରେ ବ୍ୟାପୁଚି କରୋନା । ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାୟଗଡ଼ା ଜିଲ୍ଲା ଗୁଣପୁର ଉପକାରାଗାରରେ ୭୫ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୭୧ ଜଣ କଏଦୀ ଓ ୪ ଜଣ କର୍ମଚାରୀ ଅଛନ୍ତି । ସମସ୍ତେ ଜେଲ ଭିତରେ ଆଇସୋଲେସନରେ ରହିଛନ୍ତି । ଏହି ସୂଚନା ଦେଇଛନ୍ତି ଗୁଣପୁର ଉପଖଣ୍ଡ ଡାକ୍ତର ରମେଶ ସାହୁ ।

BjdElectrycity

ଗୁଣୁପୁର ସବ୍-ଜେଲରେ ୧୧୩ ଜଣ କଏଦୀ ଅଛନ୍ତି । ୧୪ କର୍ମଚାରୀଙ୍କ ଭିତରୁ ୪ ପଜିଟିଭ୍ ବାହାରିଛନ୍ତି । ଆଗକୁ କାହାର ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଯିବ । ଯେଉଁମାନେ ଅଧିକ ଟିକିତ୍ସା ଆବଶ୍ୟକ କରିବେ ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବ । ପୂର୍ବରୁ ପଦ୍ମପୁର, ବ୍ରହ୍ମପୁର, କେନ୍ଦୁଝର ଆଜି ଜେଲରୁ ଅନ୍ତେବାସୀ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.