ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବ୍ରାଜିଲର ରାଷ୍ଟ୍ରପତି ଜାଇର୍ ବୋଲଜୋନାରୋ । ଏଥପାଇଁ ସେ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ସେ ୨୪ରୁ ୨୭ ତାରିଖ ଯାଏ ଭାରତରେ ରହିବେ ।
ଏଥିସହ ତାଙ୍କ ୮ ଜଣ ମନ୍ତ୍ରୀ, ବ୍ରାଜିଲ ପାର୍ଲାମେବଂଟର ୪ ଜଣ ସଦସ୍ୟ, ବରିଷ୍ଟ ସରକାରୀ ଅଧିକାରୀ ଏବଂ ବ୍ୟସାୟିକ ପ୍ରତିନିଧି ଦଳ ମଧ୍ୟ ଆସିଛନ୍ତି । ଚଳିତ ଥରକୁ ମିଶାଇ ତୃତୀୟ ଥର ଲାଗି ବ୍ରାଜିଲ ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
ଜାନୁଆରୀ ୨୬ରେ ରାଷ୍ଟ୍ରପତି ବୋଲଜୋନାରୋ ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ହେବା ସହ ଭାରତର ରାଷ୍ଟ୍ରପତିଙ୍କ ‘ଆଟ-ହୋମ୍’ ଭୋଜିରେ ମଧ୍ୟ ଯୋଗ ଦେବେ । ଜାନୁଆରୀ ୨୭ ତାରିଖ ଦିନ ଭାରତ ଓ ବ୍ରାଜିଲ ‘ବ୍ୟବସାୟ ଫୋରମ୍’ ଆୟୋଜିତ ହେବ ।
ସେଠାରେ ରାଷ୍ଟ୍ରପତି ବୋଲଜୋନାରୋ ଉଦ୍ବୋଧନ ଦେବେ । ୨୦୧୯ ଜାନୁଆରୀ ୧ ତାରିଖରେ ବୋଲଜୋନାରୋ ବ୍ରାଜିଲର ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ।
Comments are closed.