Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସ: ଓଡିଶାରେ ଚଳିତ ଥର ଦିଲ୍ଲୀ ଢାଞ୍ଚାରେ ହେବ ପ୍ୟାରେଡ୍‌

ଭୁବନେଶ୍ୱର: ଓଡିଶାରେ ଚଳିତ ଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନୂଆଦିଲ୍ଲୀ ଢାଞ୍ଚାରେ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି ।

ଗୃହ ବିଭାଗ ପକ୍ଷରୁ ଜାରି ଅଧିସୂଚନା ଅନୁଯାୟୀ, ଆସନ୍ତା ରବିବାର ଦିନ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପତାକା ଉତ୍ତୋଳନ କରିବେ ଏବଂ ଭୁବନେଶ୍ୱରରେ ପ୍ୟାରେଡ ସଲାମୀ ନେବେ । ଏଥିସହିତ ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ସାମିଲ ହେବେ ।

ଚଳିତ ଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ୧୨୦ ଟେରିଟୋରିଆଲ୍ ସେନା, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ), ରେଳ ସୁରକ୍ଷା ବଳ (ଆରପିଏଫ) ଓ ଓଡିଶାର ଏସଓଜି ପ୍ରମୁଖ ଭାଗ ନେବେ ବୋଲି ସୂଚନା ମିଳିଛି।

ଜାଣନ୍ତୁ ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ, ରେଭିନ୍ୟୁ ଡିଭିଜନାଲ୍ କମିଶନର (ଆରଡିସି) ଏବଂ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବର କାର୍ଯ୍ୟକ୍ରମ ରହିଛି ।

ଅର୍ଥମନ୍ତ୍ରୀ- ନିରଞ୍ଜନ ପୂଜାରୀ- କଟକ
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ- ବିକ୍ରମ ଆରୁଖ- ସୁବର୍ଣ୍ଟପୁର
ଖଣି ଓ ଇସ୍ପାତ ମନ୍ତ୍ରୀ- ପ୍ରଫୁଲ୍ଲ କୁମାର ମଲ୍ଲିକ- ସୁନ୍ଦରଗଡ଼
ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ସମ୍ବଲପୁର
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ- ପଦ୍ମନାଭ ବେହେରା- କେନ୍ଦୁଝର
ଆଇନ ମନ୍ତ୍ରୀ – ପ୍ରତାପ ଜେନା- ପୁରୀ
କୃଷିମନ୍ତ୍ରୀ- ଅରୁଣ ସାହୁ- ଗଞ୍ଜାମ
ରାଜସ୍ୱ ଓ ପ୍ରାକୃତିକ ବିପର୍ଯୟ ମନ୍ତ୍ରୀ- ସୁଦାମ ମାରାଣ୍ଡି- ବାଲେଶ୍ୱର
ଶ୍ରମ ମନ୍ତ୍ରୀ- ସୁଶାନ୍ତ ସିଂହ- ଅନୁଗୁଳ
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ- ନବ କିଶୋର ଦାସ- କଳାହାଣ୍ଡି
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ- ଟୁକୁନି ସାହୁ- ରାୟଗଡା
ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ- ଜଗନ୍ନାଥ ସାରକା- ଜଗତସିଂହପୁର
ଶକ୍ତି ମନ୍ତ୍ରୀ- ଦିବ୍ୟଶଙ୍କର ମିଶ୍ର- ଯାଜପୁର
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ- ଅଶୋକ ପଣ୍ଡା- ଢେଙ୍କାନାଳ
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ- ସମୀର ରଞ୍ଜନ ଦାସ- ନୟାଗଡ
ପର୍ଯ୍ୟଟନ ମନ୍ତ୍ରୀ- ଜ୍ୟୋତିପ୍ରକାଶ ପାଣିଗ୍ରାହୀ- ବଲାଙ୍ଗିର
ଦକ୍ଷତା ବିକାଶ ମନ୍ତ୍ରୀ- ପ୍ରେମାନନ୍ଦ ନାୟକ- ନବରଙ୍ଗପୁର
ଜଳସମ୍ପଦ ମନ୍ତ୍ରୀ- ରଘୁନନ୍ଦନ ଦାସ- ମୟୂରଭଞ୍ଜ
ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ- ପଦ୍ମିନୀ ଦିଆନ- ଗଜପତି
କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ମାଲକାନଗିରିରେ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।

ରେଭିନ୍ୟୁ ଡିଭିଜନାଲ୍ କମିଶନର (ଆରଡିସି)

ଆରଡିସି (ଦକ୍ଷିଣାଞ୍ଚଳ ଡିଭିଜନ)- ବ୍ରହ୍ମପୁର
ଆରଡିସି (ଉତ୍ତରାଞ୍ଚଳ ଡିଭିଜନ)- ରାଉରକେଲା

ଏହାବ୍ୟତିତ ସମ୍ବଲପୁର, ଭଦ୍ରକ, ବରଗଡ, ବୌଦ୍ଧ, ଦେବଗଡ, ଝାରସୁଗୁଡା, କନ୍ଧମାଳ ଓ କେନ୍ଦ୍ରାପଡା ଆଦି ସ୍ଥାନରେ ଜିଲ୍ଲାପାଳ ମାପେ ଜାତୀୟ ପତାକା ଉତ୍ତୋଳନ କରିବେ ।

 

 

Leave A Reply

Your email address will not be published.