Latest Odisha News

BREAKING NEWS

ବିଶ୍ୱ ଅର୍ଥନୈତିକ ଫୋରମ ୨୦୨୦ରେ ଟାଟା ଷ୍ଟିଲ କଳିଙ୍ଗନଗର ସମ୍ମାନିତ

କଳିଙ୍ଗନଗର/ମୁମ୍ବାଇ: ଗ୍ଲୋବାଲ ଲାଇଟହାଉସ୍ ନେଟୱର୍କରେ ଗ୍ରହଣୀୟତା ପାଇଁ ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ)କୁ ବିଶ୍ୱ ଅର୍ଥନୈତିକ ଫୋରମ (ଡ଼ବ୍ଲ୍ୟୁଇଏଫ) ୨୦୨୦ରେ ସମ୍ମାନିତ କରାଯାଇଛି । ଗ୍ଲୋବାଲ ଲାଇଟହାଉସ୍ ନେଟ୍‌ୱର୍କ ହେଉଛି ଏକ କ୍ଷୁଦ୍ର କିନ୍ତୁ ବର୍ଦ୍ଧିଷ୍ଣୁ କର୍ପୋରେଟ ଗୋଷ୍ଠୀ ଯାହା ୪ର୍ଥ ଶିଳ୍ପ ବିପ୍ଲବର ପ୍ରଯୁକ୍ତି ଉପଯୋଗ କ୍ଷେତ୍ରରେ ନେତୃତ୍ୱ ପ୍ରଦର୍ଶନ କରୁଛି । ମାକିନ୍‌ସେ ଏଣ୍ଡ କଂପାନୀ ସହଯୋଗରେ ଏହା ହେଉଛି ବିଶ୍ୱ ଅର୍ଥନୈତିକ ଫୋରମର ଏକ ପ୍ରକଳ୍ପ ।

ଟାଟା ଷ୍ଟିଲ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଟି.ଭି.ନରେନ୍ଦ୍ରନ ଡ଼ାଭୋସରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମ (ଡ଼ବ୍ଲ୍ୟୁଇଏଫ) ୨୦୨୦ରେ କଂପାନୀର ପ୍ରତିନିଧିତ୍ୱ କରିବା ଅବସରରେ ଗ୍ଲୋବାଲ ଲାଇଟହାଉସ୍ ନେଟୱର୍କର ବେସରକାରୀ ନୈଶ ଭୋଜିରେ ଯୋଗ ଦେଇଥିଲେ । ସେ ଏହି ପୁରସ୍କାର ମାକିନ୍‌ସେ ଏଣ୍ଡ କଂପାନୀର ବରିଷ୍ଠ ଅଂଶୀଦାର ସୁଶ୍ରୀ କାଟି ଜର୍ଜ ଓ ସେପିଙ୍ଗ ଦି ଫ୍ୟୁଚର ଅଫ ଆଡ଼ଭାନସ୍‌ଡ଼ ମାନ୍ୟୁଫାକଚରିଂ ଏଣ୍ଡ ପ୍ରଡ଼କସନ ମୁଖ୍ୟ, ଡ଼ବ୍ଲ୍ୟୁଇଏଫ ଫ୍ରାନସିସ୍‌କୋ ବେଟିଙ୍କ ନିକଟରୁ ଗ୍ରହଣ କରିଥିଲେ ।

କମାତ୍ର ଭାରତୀୟ ଉତ୍ପାଦନକାରୀ କଂପାନୀ ଭାବେ ଟିଏସକେ ୨୦୧୯ ମସିହା ଜୁଲାଇ ମାସରେ ଡ଼ବ୍ଲ୍ୟୁଇଏଫର ଲାଇଟହାଉସ୍ ନେଟୱର୍କରେ ସାମିଲ ହୋଇଥିଲା । ଟାଟା ଷ୍ଟିଲର ନେଦରଲାଣ୍ଡସ୍ଥିତ ଇଜମୁଦ୍ଦେନ ପ୍ଲାଣ୍ଟ ଏହି ନେଟଓ୍‌ର୍କରେ ରହିଛି ।
ଏହି ଅବସରରେ ଟି.ଭି ନରେନ୍ଦ୍ରନ କହିଛନ୍ତି ଯେ ଟାଟା ଷ୍ଟିଲ କଳିଙ୍ଗନଗର ଡ଼ବ୍ଲ୍ୟୁଇଏଫର ସମ୍ମାନଜନକ ଲାଇଟହାଉସ ନେୱର୍କରେ ସାମିଲ ହୋଇପାରିବା ଆମ ପାଇଁ ଗର୍ବର ବିଷୟ ।

ଭାରତୀୟ ଷ୍ଟିଲ ଶିଳ୍ପ କ୍ଷେତ୍ରରେ ଟାଟା ଷ୍ଟିଲ କଳିଙ୍ଗନଗର ଅନେକ ନୂଆ ପଦକ୍ଷେପ ଆପଣେଇଛି । କଳିଙ୍ଗନଗରରେ ସ୍ୱଦେଶୀ ଯନ୍ତ୍ରାଂଶ ଉପଯୋଗ କରାଯିବା ସହ ସ୍ୱୟଂଚାଳିତ ଓ ଡ଼ିଜିଟାଲ ବ୍ୟବସ୍ଥା ଦ୍ୱାରା ଉତ୍ପାଦନରେ ବୃଦ୍ଧି ଅଣାଯାଇପାରିଛି । ଟିଏସ୍‌କେର ବାର୍ଷିକ ଉତ୍ପାଦନ କ୍ଷମତା ୮ ନିୟୁତ ଟନକୁ ବୃଦ୍ଧି କରାଯାିପାରିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.