Latest Odisha News

BREAKING NEWS

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ସାରା ଦେଶ ପାଳନ କରୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଏହି ଦିନ ସମସ୍ତଙ୍କ ପାଇଁ ବିଶେଷ ଦିନ । କରୋନା କଟକଣା ଭିତରେ ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି । ଓଡ଼ିଶାର ଗାନ୍ଧୀମାର୍ଗରେ ମଧ୍ୟ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଛନ୍ତି ।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୋସିଆଲ ମିଡ଼ିଆରେ ଗଣତନ୍ତ୍ର ଦିବସର ଲାଇଭ ପରେଡ଼ର ସିଧାପ୍ରସାରଣ କରାଯାଉଛି । ରାଜ୍ୟସ୍ତରୀୟ ପରେଡ଼ ଆରମ୍ଭ ହୋଇଥିବାବେଳେ କରୋନା କଟକଣାକୁ ଗୁରୁତ୍ୱ ଦିଆଯାଇଛି । ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ରାଜ୍ୟସ୍ତରୀୟ ପରେଡ଼ରେ ବିଏସଏଫ ସାମିଲ ହୋଇଛନ୍ତି । ଯୁବ ଆଇପିଏସ୍ ରୋହିତ ବର୍ମା କରୁଛନ୍ତି ପରେଡ଼ର କମାଣ୍ଡିଂ ।

Comments are closed.