ଭୁବନେଶ୍ୱର : ରାଜ୍ୟରେ ବିଜୁଳି ଗତିରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟର ସମୁଦାୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୪ ପ୍ରତିଶତ ଅଛନ୍ତି ୧୦ଟି ଜିଲ୍ଲାରୁ । ଆଉ ୨୦ଟି ଜିଲ୍ଲାରୁ ଅଛନ୍ତି ମାତ୍ର ୨୬ ପ୍ରତିଶତ ରୋଗୀ।
ଏହି ୧୦ଟି ଜିଲ୍ଲା ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୧୨୦୮୦ଜଣ ଚିହ୍ନଟ ହୋଇଛନ୍ତି। ଏହାପରେ ଖୋର୍ଦ୍ଧାରୁ ୫୫୩୧, କଟକରୁ ୨୭୩୧, ସୁନ୍ଦରଗଡ଼ରୁ ୧୮୮୨, ଗଜପତିରୁ ୧୮୩୪, ଯାଜପୁରରୁ ୧୪୬୭, ବାଲେଶ୍ବରରୁ ୧୧୭୬, ରାୟଗଡ଼ାରୁ ୧୧୭୩, ପୁରୀରୁ ୧୦୫୯ ଓ କୋରାପୁଟରୁ ୧୦୪୭ଜଣ ଆକ୍ରାନ୍ତ ରହିଛନ୍ତି।
ପ୍ରତିଦିନ ରାଜ୍ୟରେ ପ୍ରାୟ ୧୦୦୦ ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଦିନ ରାଜ୍ୟରେ ୧୬୯୯ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୭୧୭ରେ ପହଞ୍ଚିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩୫ରେ ପହଞ୍ଚିଛି। ଏହାସହ ଅଣକରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୪୫କୁ ବୃଦ୍ଧି ପାଇଛି।
Comments are closed.