Latest Odisha News

ରାଜ୍ୟସ୍ତରୀୟ ୭୫ ତମ ଗଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ବର: ଆଜି ଗଣତନ୍ତ୍ର ଦିବସ ପାଇଁ ତ୍ରିରଙ୍ଗାମୟ ହୋଇଛି ସାରା ଦେଶ । ଏହି ଅବସରରେ ଭୁବନେଶ୍ବର ସ୍ଥିତ ମହାତ୍ମା ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ସାମିଲ ହୋଇଛନ୍ତି ।

 

ଚଳିତ ଥର ପରେଡରେ ନେତୃତ୍ବ ନେଇଛନ୍ତି ଆଇପିଏସ ଅଧିକାରୀ ଏ.ବି.ଶିଳ୍ପୀ । ଏଥର ପରେଡରେ ମୋଟ ୬୪ କଣ୍ଟିଜେଣ୍ଟ ସାମିଲ ହୋଇଛନ୍ତି । ଆଇଟିବିପି, ସିଆରପିଏଫ, ବିଏସଏଫ, ଅଗ୍ନିଶମ, ଓଡ୍ରାଫ, ଓଡ଼ିଶା ହୋମଗାର୍ଡ, ଆରପିଏଫ, ସୈନିକ ସ୍କୁଲ ପୋଲିସ ବ୍ୟାଣ୍ଡ ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପ୍ରଭୃତି ପରେଡରେ ଭାଗ ନେଇଛନ୍ତି । ଏହାସହ କାର୍ଯ୍ୟକ୍ରମର ପରେଡ଼ରେ ପ୍ରମୁଖ ଆକର୍ଷଣ ସାଜିଛନ୍ତି ୪ଟି ସାଂସ୍କୃତିକ ଦଳ, ସ୍କେଟିଂ, ଡେୟାର ଡେଭିଲ୍ସ ।

ଏହି ଅବସରରେ ୧୨ଟି ପ୍ରଜ୍ଞାପନ ମେଢ଼ ସହ ୫୦ଟି ଦଳ ସାମିଲ ହୋଇଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ହୋଇଛି । ଏହି ମେଢ଼ ବଖାଣିଛି ଓଡ଼ିଶା ରୂପାନ୍ତରଣର କଥା । ଏହି ପରେଡରେ ରାଜ୍ୟର ବିଭିନ୍ନ କଳାକାରଙ୍କ ଦ୍ବାରା ନୃତ୍ୟ ମଧ୍ୟ ପରିବେଷଣ ହୋଇଛି । ଗଞ୍ଜାମର ଯୋଡି ଶଙ୍ଖ, କୋରାପୁଟ ବୈପାରୀଗୁଡା ଜନଜାତି ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ମହୁରୀ, ଢେମସା, ରଣପା ନୃତ୍ୟ, ପରିବେଷଣ କରାଯାଇଛି ।

Comments are closed.