Latest Odisha News

ଭାଇରାଲ୍ ହେଉଛି ୭ମ ଶ୍ରେଣୀ ଛାତ୍ରର ଛୁଟି ଆବେଦନ; ହସିହସି ବେଦମ ହୋଇଯିବେ

ନୂଆଦିଲ୍ଲୀ: ଅନେକ ଥର ପିଲାମାନେ ଜାଣିଶୁଣି କିମ୍ବା ଅଜାଣତରେ ଏପରି ମଜାଦାର କାର୍ଯ୍ୟ କରନ୍ତି ଯାହାକୁ ଦେଖିଲେ ଆମ ଦିନ ଖୁସିରେ ଭରିଯାଏ।

ଏଭଳି କିଛି ମଜାଦାର କାମ କରିଛନ୍ତି ଜଣେ ସପ୍ତମ ଶ୍ରେଣୀର ଛାତ୍ର। ଛୁଟି ପାଇଁ ଏପରି ଏକ ଆବେଦନ ଲେଖିଛନ୍ତି ଯେ ଯାହାକୁ ଦେଖିଲେ ଆପଣ ହସିହସି ବେଦମ ହୋଇଯିବେ।

ତେବେ ଏହି ଛାତ୍ରର ନାମ ରାକେଶ ବୋଲି ଜଣାପଡିଛି। ଛୁଟି ପାଇଁ ଲେଖିଥିବା ଆବେଦନ ପତ୍ରକୁ ଇଂରାଜୀରେ ଲେଖିଛନ୍ତି … କିନ୍ତୁ ଶବ୍ଦଗୁଡ଼ିକ ହିନ୍ଦୀରର ରହିଛି।

‘ପ୍ରିୟ ମ୍ୟାଡାମ୍ … ମୁଁ ଆସିବି ନାହିଁ, ଆସିବି ନାହିଁ, ଆସିବି ନାହିଁ | ଧନ୍ୟବାଦ ମୁଁ ଆସିବି ହିଁ ନାହିଁ। ତଳେ ପିଲାଟି ନିଜ ନାମ ସହ ତାରିଖ ମଧ୍ଯ ଲେଖିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

Comments are closed.