Latest Odisha News

BREAKING NEWS

ଦିବ୍ୟାଙ୍ଗ ଯୁବତୀ ଗଣ ଦୁଷ୍କର୍ମ ଘଟଣା, ୮ଗିରଫ

ରାଉରକେଲା: ଦିବ୍ୟାଙ୍ଗ ଯୁବତୀ ଗଣ ଦୁଷ୍କର୍ମ ଘଟଣାରେ ୮ ଅଭିଯୁକ୍ତ ଗିରଫ । ୧୯ ବର୍ଷର ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ୮ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସୁନ୍ଦରଗଡ଼ ହାତୀବାରି ପୋଲିସ ସମସ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।

ଗୋଟିଏ ବର୍ଷ ହେଲା ଯୁବତୀଙ୍କୁ ଦୁଷ୍କର୍ମ କରାଯାଉଥିବା ନେଇ ହାତୀବାରି ଥାନାରେ ଅଭିଯୋଗ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ରହିଛି । ଦୁଇ ଦିନ ତଳେ ଅର୍ଥାତ ଗତ ୧୩ ତାରିଖ ସନ୍ଧ୍ୟାରେ ହାତୀବାରି ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଥିଲା । ଗୁରୁବାର ୮ ଜଣଙ୍କୁ ସୁନ୍ଦରଗଡ଼ ହାତୀବାରି ପୋଲିସ ଗିରଫ କରିଥିଲା ।

Leave A Reply

Your email address will not be published.