Latest Odisha News

BREAKING NEWS

ଓଡିଶାରେ ଲକଡାଉନର ପ୍ରଭାବ; ରାସ୍ତାଘାଟ ଶୁନଶାନ

ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ ଆରମ୍ଭ ହୋଇଥିବା ବେଳେ ଓଡିଶାରେ ଉଭୟ ଜନତା କର୍ଫ୍ୟୁ ସହ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି ।

ପ୍ରାପ୍ତ ସୂଚନାନୁଯାୟୀ ରାଜ୍ୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡିକୁ ବାଦ ଦେଲେ ବାକି ସବୁ ବନ୍ଦ ରହିଛି । ଏପରିକି ଜନତା କର୍ଫ୍ୟୁ ଓ ଲକଡାଉନ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଟ୍ରେନସେବା ମଧ୍ୟ ବାତିଲ କରାଯାଇଛି ।

ଅଧିକ ପଢନ୍ତୁ: ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ଼ ଘୋଷଣା: କରୋନା ଲାଗି ଭୁବନେଶ୍ୱର ସମେତ ୫ଟି ଜିଲ୍ଲା, ୮ଟି ପ୍ରମୁଖ ସହର ହେବ ଲକ୍‌-ଡାଉନ୍‌

ଏହି ଲକଡାଉନ ଫଳରେ ବିଭିନ୍ନ ଦୋକାନ ବଜାର, ରାସ୍ତାଘାଟ, ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ ଆଦି ସହ ଭୁବନେଶ୍ୱର, କଟକ, ରାଉରକେଲା ଭଳି ଅନେକ ସହରରେ ଏହାର ପ୍ରଭାବ ପରିଲିକ୍ଷିତ ହେଉଛି ।

ଅଧିକ ପଢନ୍ତୁ: ଲକଡାଉନ ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ରୁଟରେ ଗଡିବ ୧୭ଟି ‘ମୋ ବସ’

ତେବେ ଏହି ଅବସରରେ ହସ୍ପିଟାଲ, ଔଷଧ ଦୋକାନ, ପରିବା, ଗ୍ରୋସରୀ ଦୋକାନ, ମେଡିକାଲ, ପେଟ୍ରୋଲ ପମ୍ପ, ଗ୍ୟାସ ଏଜେନ୍ସି, ଗଣମାଧ୍ୟମ, ବ୍ୟାଙ୍କ, ଆମିଷ ବଜାର ତଥା ଅଗ୍ନିଶମ ବିଭାଗ ଆଦି ଖୋଲା ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.