Latest Odisha News

BREAKING NEWS

ଲକ୍‌ଡାଉନ ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ରୁଟରେ ଗଡିବ ୧୭ଟି ମୋ ବସ୍

ଭୁବନେଶ୍ୱର: କରୋନା ଭୟରେ ଆଜି ସକାଳ ୭ଟା ଠାରୁ ଆସନ୍ତା ୨୯ ତାରିଖ ରାତି ୯ ଟା ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ସମ୍ପୂର୍ଣ୍ଣ ବନ୍ଦ ବା ଲକ୍‌ଡାଉନ ଘୋଷଣା ହୋଇଛି । ତେବେ ଏହି ଲକ୍ ଡାଉନ ସପ୍ତାହ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରୁଟରେ ୧୭ଟି ମୋ ବସ୍ ଚାଲିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ସୂଚନା ଦେଇଛି । ୨୩ରୁ୨୯ ତାରିଖ ଯାଏଁ କେଉଁ କେଉଁ ରୁଟରେ ବସ ଚାଲିବ ଆସନ୍ତୁ ନଜର ପକାଇବା ।

ରୁଟ୍ ନମ୍ବର ୧୧-ନନ୍ଦନବିହାରରୁ ବାହାରି ବାଣିବିହାର, ମାଷ୍ଟର କ୍ୟାଣ୍ଟିନ ଓ କଳ୍ପନା ଦେଇ ଲିଙ୍ଗିପୁର ଯିବ

ରୁଟ ନମ୍ବର ୧୬- ମାଷ୍ଟର କ୍ୟାଣ୍ଟିନରୁ ସିଡିଏ ଭାୟା ରସୁଲଗଡ, ବାଦାମବାଡି

ରୁଟ୍ ନମ୍ବର ୨୦-ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଓ ବରମୁଣ୍ଡା ଦେଇ ଖୋର୍ଦ୍ଧା ଯିବ

ରୁଟ୍ ନମ୍ବର ୨୩- ମାଷ୍ଟର କ୍ୟାଣ୍ଟିନରୁ ସମ୍ ହସ୍ପିଟାଲ

ରୁଟ୍ ନମ୍ବର ୨୭-ମାଷ୍ଟର କ୍ୟାଣ୍ଟିନରୁ ବସ୍ ଛାଡିବ ଫାୟାର ଷ୍ଟେସନ ଓ ବରମୁଣ୍ଡା ଦେଇ ଏମସ୍ ଯିବ

ରୁଟ୍ ନମ୍ବର ୧- ମାଷ୍ଟର କ୍ୟାଣ୍ଟିନରୁ ଛାଡିବ । ଭାୟା ଏଜି ଦେଇ ବିମାନବନ୍ଦରରେ ପହଞ୍ଚିବ ।

Leave A Reply

Your email address will not be published.