Latest Odisha News

BREAKING NEWS

କୋଭାଶିଲ୍ଡକୁ ୭ ୟୁରୋପିଆନ୍ ଦେଶ ଦେଲେ ଗ୍ରୀନପାସ୍‌

ନୂଆଦିଲ୍ଲୀ: ଭାରତୀୟ ଟୀକାକୁ ୟୁରୋପିଆନ ୟୁନିୟନ ଅନୁମତି ଦେଉ ନ ଥିବାରୁ ସରକାର ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି । ଗୁରୁବାର ୟୁରୋପିଆନ ୟୁନିୟନର ୭ଟି ଦେଶ ଭାରତର କୋଭାଶିଲ୍ଡ ଟୀକା ନେଇଥିବା ବ୍ୟକ୍ତିଙ୍କୁ ଗ୍ରୀନ ପାସ ଦେବେ ବୋଲି ନିଷ୍ପତି ନେଇଛନ୍ତି । ଏହି ଦେଶଗୁଡିକ ହେଲେ ଅଷ୍ଟ୍ରେଲିଆ, ଜର୍ମାନୀ, ସ୍ଲୋଭେନିଆ, ଗ୍ରୀସ, ଆଇସଳ୍ୟାଣ୍ଡ, ଆୟର୍ଲାଣ୍ଡ ଏବଂ ସ୍ପେନ ।

ଯେଉଁମାନେ କୋଭାଶିଲ୍ଡ ଟୀକା ନେଇଥିବେ ସେମାନେ କୋୱିନ ଆପ ମାଧ୍ୟମରେ ପ୍ରମାଣପତ୍ର ଦେଖାଇଲେ ଭିସା ମିଳିବ । ସୂଚନାଯୋଗ୍ୟ, ବିଦେଶ ଯିବାକୁ ହେଲେ ଗ୍ରୀନ ପାସର ଆବଶ୍ୟକତା ରହିଛି । ଏହା ମାଧ୍ୟମରେ ସମ୍ପୃକ ଦେଶ କେଉଁ ଟୀକା ବ୍ୟକ୍ତିଜଣକ ନେଇଛି ଜାଣିପାରିବ ।

Leave A Reply

Your email address will not be published.