ସୋନପୁର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ମାରଣ ନୀତିକୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ୫ ଦଫା ଦାବିରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟର ସମସ୍ତ ପଞ୍ଜିକୃତ ଚାଷୀଙ୍କ ପାଖରୁ ଧାନ କ୍ରୟ, ରବି ଧାନ କିଣାର ସମୟସୀମାକୁ ଜୁଲାଇ ୧୫ ଯାଏ ବୃଦ୍ଧି ଦାବି କରିଛି କଂଗ୍ରେସ ।

ଏଥିସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କୁ ଧାନ କୁଇଣ୍ଟାଲ ପ୍ରତି ଦାମ୍ ୨୯ଶହ ୩୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି ହୋଇଛି । ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଆହ୍ୱାନରେ ବିକ୍ଷୋଭ ପ୍ରଦର୍ଶନରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ ।
BREAKING NEWS
- ସେପ୍ଟେମ୍ବର ପହିଲାରେ ଭିଜିବ ଓଡ଼ିଶା
- ହସ୍ପିଟାଲରେ ଭର୍ତ୍ତି ସାମାଜିକ କର୍ମୀ ଆନ୍ନା ହଜାରେ
- ପୁଣି ବଢିଲା CNG ଓ PNG ଦର
- ପାକିସ୍ତାନରେ ୧୨୫ ବର୍ଷର ପ୍ରାଚୀନ ହିନ୍ଦୁ ମନ୍ଦିର ଭଙ୍ଗାଗଲା
- ନେପାଳ ବନ୍ୟା: ହଜାରେ ଛୁଇଁପାରେ ମୃତ୍ୟୁ ସଂଖ୍ୟା…
- ModiPutin:ଦ୍ୱିପାକ୍ଷିକ ବୈଠକ ପରେ…’ନୋମାଡ୍ ଗେମ୍ସ’ ପାଇଁ ଗୋଟିଏ ଗାଡ଼ିରେ ଯାତ୍ରା କଲେ ମୋଦୀ- ପୁଟିନ,ବିଶ୍ୱକୁ ଦେଲେ ଏକ ବଡ଼ ବାର୍ତ୍ତା
- ମଜବୁତ ହେଉଛି ଭାରତ-ରୁଷ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ଉଦ୍ୟମକୁ ପ୍ରଶଂସା କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍
- ଟ୍ରେନ୍ରେ ଭିଡ଼ କମାଇବାକୁ ରେଳବାଇର ନୂଆ ଯୋଜନା: ସେପ୍ଟେମ୍ବର ମାସ ପାଇଁ ବଢିବ ଏସି ଓ ସ୍ଲିପର କୋଚ୍ ସଂଖ୍ୟା
- ରାଜ୍ୟରେ ଆଉ ୩ ଦିନ ବର୍ଷିବ: ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜକୁ ଆଇଏମଡିର ‘ରେଡ୍ ଆଲର୍ଟ’
- Safety of tourists at Deomali:ଦେଓମାଳିରେ ସୁରକ୍ଷାକୁ ନେଇ ଲାଗିବ CCTV , ଜଗିବେ ସୁରକ୍ଷାକର୍ମୀ;ପର୍ଯ୍ୟଟକଙ୍କ ଉପରେ ହୋଇଥିଲା ଆକ୍ରମଣ

Comments are closed.