Latest Odisha News

BREAKING NEWS

ଦୋହାରେ ଭାରତୀୟ ନୌସେନାର ୮ ଅବସରପ୍ରାପ୍ତ ଅଧିକାରୀ ଅଟକ, କାରଣ ଅସ୍ପଷ୍ଟ

ଦୋହା: କତାରର ଦୋହାରେ ଭାରତୀୟ ଦୌସେନାର ୮ ଅବସରପ୍ରାପ୍ତ ଅଧିକାରୀଙ୍କୁ ସ୍ଥାନୀୟ ପୋଲିସ ଅଟକ ରଖିଛି । କେଉଁ କାରଣ ପାଇଁ ସେମାନଙ୍କୁ ଅଟକ ରଖାଯାଇଛି ତାହା ସ୍ପଷ୍ଟ ହୋଇନି । ଏମାନେ ସମସ୍ତେ ଏମିରୀ ନେଭିରେ ପ୍ରଶିକ୍ଷଣ ଏବଂ ଅନ୍ୟ ସେବା ଯୋଗାଉଥିବା କମ୍ପାନୀରେ କାର୍ଯ୍ୟରତ ଥିଲେ । ଦୋହାରେ ଥିବା ଭାରତୀୟ ଦୂତାବସ ଏ ସମ୍ପର୍କରେ ଜଣାଇଛି । ମୀତୁ ଭାର୍ଗବ ନାମକ ଜଣେ ମହିଳା ଏ ସମ୍ପର୍କରେ ଟୁଇଟ କରିବା ପରେ ସମ୍ପୂର୍ଣ୍ଣ ଘଟଣା ସମ୍ମୁଖକୁ ଆସିଛି । ସେ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି ୫୭ ଦିନ ଧରି କାହିଁକି ଭାରତୀୟ ଅଧିକାରୀଙ୍କୁ ଅଟକ ରଖାଯାଇଛି ।

BjdElectrycity

ଏମାନଙ୍କ ମଧ୍ୟରେ କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ ୨୦୧୯ରେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରୁ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପାଇଥିଲେ । ଦି ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ପୂର୍ବ ନୌସେନା ଅଧିକାରୀ ଦହରା ଗ୍ଲୋବାଲ ଟେକ୍ନୋଲୋଜି ଆଣ୍ଡ କନ୍ସଲେଟେନ୍ସି ସର୍ଭିସେଜ ନାମକ କମ୍ପାନୀରେ କାମ କରୁଥିଲେ । ଏହି କମ୍ପାନୀ କତାର ଡିଫେନ୍ସ ଏବଂ ଅନ୍ୟ ସିକ୍ୟୁରିଟି ଏଜେନ୍ସିର ଅସ୍ତ୍ରଶସ୍ତ୍ର ଏବଂ ରକ୍ଷା ଉପକରଣର ରକ୍ଷଣାବେକ୍ଷଣ କରୁଥିଲେ ।

Leave A Reply

Your email address will not be published.