Latest Odisha News

BREAKING NEWS

ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଜାମ୍ପାଙ୍କ ପରେ ୱାଡେ କରୋନା ସଂକ୍ରମିତ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପର ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଆଜ ଶକ୍ତ ଧକ୍କା ଲାଗିଛି । ଆଡାମ ଜାମ୍ପାଙ୍କ ପରେ ୱିକେଟକିପର ମାଥ୍ୟୁ ୱାଡେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଆଇସିସି କରୋନା ସଂକ୍ରମିତ ଖେଳାଳିଙ୍କୁ ଖେଳିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ଏଥିନେଇ ସେମାନଙ୍କୁ ଡାକ୍ତରଙ୍କଠାରୁ କ୍ଲିନ ଚିଟ ଆଣିବାକୁ ପଡିବ । ଅଷ୍ଟ୍ରେଲିଆ ଟିମରେ ଆଉ ୱିକେଟକିପର ବ୍ୟାଟ୍ସମ୍ୟାନ ନ ଥିବାରୁ ଡେଭିଡ ୱାର୍ଣ୍ଣର, ଆରୋନ ଫିଂଚ କିମ୍ବା ଗ୍ଲେନ ମ୍ୟାକ୍ସୱେଲ ୱିକେଟ କିପିଂ କରି ପାରନ୍ତି । ୨୮ ଅକ୍ଟୋବରରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି ।

ପରୋକ୍ଷରେ ଏହା ଏକ ନକଆଉଟ ମ୍ୟାଚ କହିଲେ ଭୁଲ ହେବନି । ତେବେ ଏକ ରିପୋର୍ଟ ଅନୁସାରେ ୱାଡେଙ୍କ କରୋନ ଲକ୍ଷଣ ସାମାନ୍ୟ ଥିବାରୁ ସେ ଯଥାସମ୍ଭବ ଏହି ମ୍ୟାଚ ଖେଳିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.