Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଲୁଚା ଯାଇଥିବା ୮ଟି ମାଓ ଡମ୍ପ ଉଦ୍ଧାର

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଲୁଚା ଯାଇଥିବା ୮ଟି ମାଓ ଡମ୍ପ ଉଦ୍ଧାର କରାଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଏବଂ ଗରିଆବନ୍ଦ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ଏହି ଡମ୍ପ ଭିତରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ସାମଗ୍ରୀ ଲୁଚାଇ ରଖିଥିଲେ ମାୀଓବାଦୀ ।

ସିଆରପିଏଫ ଯବାନ ଘଟଣାସ୍ଥଳରେ ହିଁ ଲ୍ୟାଣ୍ଡମାଇନଗୁଡିକକୁ ନିଷ୍କ୍ରିୟ କରିଥିଲେ । ତେବେ ଏହି ଡମ୍ପଗୁଡିକରୁ ବେରେଲ ଗ୍ରେନେଡ ଲଞ୍ଚର ରାଇଫଲ, ୩୦୩ ରାଇଫଲ, ଏୟାର ଗନ୍‌ ରାଉଣ୍ଡ, ୨୧ଟି ଲ୍ୟାଣ୍ଡମାଇନ, କୋଡେକ୍ସ ତାର, ସେଫଟ୍ ଫ୍ୟୁଜ, ବିଦ୍ୟୁତ ତାର, ବିଦ୍ୟୁତିକ ଉପକରଣଗୁଡିକ ଜବତ କରାଯାଇଛି ।

ନକ୍ସଲ ଦ୍ବାରା ଛତିଶଗଡର ଜଙ୍ଗଲରେ ଲୁଚାଇ ରଖାଯାଇଥିବା ସମସ୍ତ ଡମ୍ପକୁ ଉଦ୍ଧାର କରାଯିବ ବୋଲି ପୋଲିସ କହିଛି । ପୂର୍ବ ଅପେକ୍ଷା ଏହି ଅଞ୍ଚଳ ଗୁଡିକରେ ମାଓବାଦୀଙ୍କ ଉପସ୍ଥିତି କମିଥିବା ବେଳେ, ଗାଁକୁ ରାସ୍ତା, ପାନୀୟ ଜଳ ଇତ୍ୟାଦି ମୌଳିକ ସୁବିଧା ପହଞ୍ଚୁଛି । ଧିରେ ଧିରେ ଭୟ ମୁକ୍ତ ହୋଇ ଚଳୁଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.