Latest Odisha News

BREAKING NEWS

ରଥ ନିର୍ମାଣରେ ନିୟୋଜିତ ୮ ସେବାୟତ ପଜିଟିଭ୍

ପୁରୀ: ମହପ୍ରଭୁଙ୍କ ରଥ ନିର୍ମାଣରେ ନିୟୋଜିତ ମହାରଣା ଓ ଭୋଇ ସେବାୟତଙ୍କ ମଧ୍ୟରୁ ୮ ଜଣ ଆଜି କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମହାରଣା ରହିଥିବା ବେଳେ ୫ ଜଣ ଭୋଇ ସେବାୟତ ଅଛନ୍ତି ଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ୍ ୮୯ ଜଣଙ୍କୁ ସଙ୍ଗରୋଧରେ ରଖି ପରୀକ୍ଷା କରାଯାଇଥିଲା । ବର୍ତ୍ତମାନ କୋଭିଡ୍ କଟକଣା ଭିତରେ ଶ୍ରୀଜିଉଙ୍କ ରଥ ନିର୍ମାଣ ଚାଲିଛି । ଯେଉଁମାନେ ରଥ ନିର୍ମାଣରେ ଲାଗିଛନ୍ତି ସେମାନଙ୍କର ପ୍ରତିଦିନ କୋଭିଡ୍ ଟେଷ୍ଟ କରାଯାଉଛି।

ସେପଟେ ୮ ଜଣ ପଜିଟିଭ୍ ବାହାରିବା ପରେ ରଥ ନିର୍ମାଣ ଓ ରଥଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ପୁରୀ ଜିଲ୍ଲାପାଳ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ୩ ରଥର ମୁଖ୍ୟ ମହାରଣା, ଭୋଇ ସର୍ଦ୍ଦାର ଓ କମାର ସେବାୟତ ସାମିଲ ହୋଇଛନ୍ତି । କୋଭିଡ୍ ସ୍ଥିତିରେ ରଥ ନିର୍ମାଣ ଉପରେ ବିଚାରବିମର୍ଶ କରାଯାଇଛି ।

Comments are closed.