Latest Odisha News

BREAKING NEWS

ବାତ୍ୟା ମୁକାବିଲା ପ୍ରସ୍ତୁତି: ସଜାଗ ରହିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ୟଶ ମୁକିବାଲ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଭାରତୀୟ ପାଣିପାଗ ବିଭାଡ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସଜାଗ ରହିବା ପାଇଁ ବିଭିନ୍ନ ବିଭାଗକୁ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ଗତକାଲି ଉପକୂଳବର୍ତ୍ତୀ ୧୦ ଜିଲ୍ଲାର ଜିଲ୍ଲାପାଳ, ଏସପି, ଅଗ୍ନିଶମ ବାହିନୀ ଅଧିକାରୀ, ଏଡିଏମ ଓ ଜରୁରିକାଳୀନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି କରିବା ପାଇଁ ପରାମର୍ଶ ଦେଇଥିଲେ । ଆଶ୍ରୟ ସ୍ଥଳୀ, କର୍ମଚାରୀ ନିୟୋଜନ, ଭିତ୍ତିଭୂମି, ଉଦ୍ଧାର କାର୍ୟ୍ୟ ନେଇ ସଜାଗ ରହିବାକୁ କହିଥିଲେ ।

ଏହାସହ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ସହ ଉଦ୍ଧାର ବେଳେ କେଉଁମାନଙ୍କୁ ଅତିରିକ୍ତ ଭାବରେ ପ୍ରାଥମିକତା ଦିଆଯିବ ସେନେଇ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ ସ୍ୱତନ୍ତ୍ର ରିଲିଫ କମିଶନର । ତେବେ ମୁକାବିଲା ବେଳେ କୋଭିଡ୍ ଗାଇଡଲାଇନ୍ ପାଳନ ଉପରେ ଧ୍ୟାନ ଦେବାକୁ କହିଥିଲେ ଏସଆରସି ।

Leave A Reply

Your email address will not be published.