Latest Odisha News

BREAKING NEWS

୨୦୨୨ ଟି୨୦ ବିଶ୍ୱକପ ପାଇଁ ଭାରତ ସମେତ ୮ଟିମର ଯୋଗ୍ୟତା ଅର୍ଜନ

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତ ସମେତ ୮ଟି ଟିମ ଯୋଗ୍ୟତା ହାସଲ କରିଛନ୍ତି । ଏହି ଟିମଗୁଡିକ ହେଲା ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ବାଂଲାଦେଶ । ତେବେ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି । ଏହି ୨ଟି ଟିମ ଯୋଗ୍ୟତା ପର୍ଯ୍ୟାୟ ମାଧ୍ୟମରେ ଏଥିରେ ସାମିଲ ହୋଇପାରିବେ ।

ଆଇସିସି ନିୟମ ଅନୁସାରେ ଚଳିତ ଟି୨୦ ବିଶ୍ୱକପରେ ସୁପର ୧୨ରେ ପ୍ରବେଶ କରିଥିବା ପ୍ରଥମ ୮ଟି ଟିମ୍ ସିଧାସଳଖ ପରବର୍ତୀ ସଂସ୍କରଣ ପାଇଁ ଯୋଗ୍ୟତା ହାସଲ କରିବେ ।

Leave A Reply

Your email address will not be published.