Latest Odisha News

BREAKING NEWS

ଓଡ଼ିଶାରୁ ଆଉ ୮୦୨ କରୋନା ରୋଗୀ ସୁସ୍ଥ, ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୦୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ମୋଟ ସୁସ୍ଥତାଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୫୪୯କୁ ବୃଦ୍ଧି ହୋଇଛି।

ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।

ଖୋର୍ଦ୍ଧାରୁ ସର୍ବାଧିକ ୧୦୪ ଆକ୍ରାନ୍ତ ସୁସ୍ଥ, ସୁନ୍ଦରଗଡ଼ ୮୦, କଟକ ୭୦, ମୟୂରଭଞ୍ଜ ୫୬, ଜଗତସିଂହପୁର ୫୧, ନୂଆପଡ଼ା ୪୯, ଅନୁଗୁଳ ୪୩, କେନ୍ଦ୍ରାପଡ଼ା ୩୨, ବଲାଙ୍ଗିର ୨୯, ପୁରୀ ୨୭, କୋରାପୁଟ ୨୬, ଯାଜପୁର ୨୫, କେନ୍ଦୁଝର ୨୨, ବରଗଡ଼ ୨୧, ଭଦ୍ରକ ୨୦, କଳାହାଣ୍ଡି ୨୦, ସମ୍ବଲପୁର ୧୯, ବାଲେଶ୍ବର ୧୫, ଝାରସୁଗୁଡ଼ା ୧୧, ମାଲକାନଗିରି ୧୧, ଗଞ୍ଜାମ ୧୦, ନବରଙ୍ଗପୁର ୧୦, ଢେଙ୍କାନାଳ ୮, ନୟାଗଡ଼ ୭, କନ୍ଧମାଳ ୬, ରାୟଗଡ଼ା ୩, ଦେବଗଡ଼ ୨, ଗଜପତିରୁ ୨ ଓ ଷ୍ଟେଟପୁଲରୁ ୨୩ ଜଣ ସୁସ୍ଥ ହୋଇଛନ୍ତି।

Comments are closed.