Latest Odisha News

୯ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ ଦୈନିକ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ତଳକୁ ଖସିଛି। ଏନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି ।

କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୮,୬୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ପାଖାପାଖି ୯୪ ଜଣଙ୍କର ମୃତ୍ୟୁ ଘଟିଛି।

ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୧,୬୩,୩୫୩ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ପାଖାପାଖି ୧,୫୪,୪୮୬ ଜଣ ପ୍ରାଣ ହରାଇଛନ୍ତି।

ଆହୁରି ମଧ୍ୟ ସମସ୍ତ ୧,୦୪,୪୮,୪୦୬ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

Comments are closed.