ଭୁବନେଶ୍ୱର: ସାରା ରାଜ୍ୟରେ କଲବଲ କଲାଣି କରୋନା । ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏଥିରୁ ବାଦ୍ ପଡିନି ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ଭୁବନେଶ୍ୱରରୁ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୧ ଜଣ କ୍ୱାରେଂଟାଇନ୍ ଥିବାବେଳେ ୪୬ ଜଣ ସ୍ଥାନୀୟ ଅଂଚଳର ଚିହ୍ନଟ ହୋଇଛନ୍ତି । ଏଥିସହ ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଏନେଇ ବିଏମ୍ସି ଟ୍ୱିଟ୍ କରି ସୂଚନା ଦେଇଛି ।
Update on newly detected & cured #COVID19 cases in the last 24 hrs under the BMC area on 18th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/ZVULHbOrFU— BMC (@bmcbbsr) July 18, 2020
ନୂତନ ସଂକ୍ରମଣକୁ ମିଶାଇ ଏବେ ଭୁବନେଶ୍ୱର ମୋଟ ୧୧୩୦ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୪୯୪ଜଣ ସୁସ୍ଥ ହୋଇଛନ୍ତି । ଏହା ସହ ୬୨୪ଟି ସକ୍ରିୟ ମାମଲା ରହିଥିବା ବେଳେ କରୋନା ଆକ୍ରାନ୍ତ ହୋଇ ୧୧ଜଣଙ୍କର ମୃତ୍ୟୁ ଘଟିଛି ।
Comments are closed.