Latest Odisha News

ପ୍ରଫେସର ନିଶାମଣି ମିଶ୍ରଙ୍କ ୮୮ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ପାରିବାରିକ ପତ୍ରିକା ସୁଧନ୍ୟା ଆନୁକୂଲ୍ୟରେ ପ୍ରାବନ୍ଧିକ ପ୍ରଫେସର ନିଶାମଣି ମିଶ୍ରଙ୍କ ୮୮ତମ ଜୟନ୍ତୀ ଏବଂ ପ୍ରଥମ ସ୍ମାରକୀ ବକୃତା ପ୍ରଦାନ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ଇଂରାଜୀରେ ଅନୂଦିତ ପୁସ୍ତକ ‘ଇନସାଇଟ ଇନଟୁ ଆମେରିକା’ ଓ ସ୍ବର୍ଗତ ଅଭିମନ୍ୟୁ ରାଉତଙ୍କ ରଚିତ ପୁସ୍ତକ ‘ଅନ୍ତରରୁ ଅନ୍ତରିକ୍ଷ ‘ ଉନ୍ମୋଚିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଡ. ବାବାଜୀ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଥମ ସ୍ମାରକୀ ବକୃତା ପ୍ରଦାନ କରିଥିଲେ। ଏହି ସଭାରେ ପ୍ରଫେସର ଡ. ସଂଘମିତ୍ରା ମିଶ୍ର, ବୀଣାପାଣି ସାହୁ, ମନୋରଞ୍ଜନ ନନ୍ଦ ଏବଂ ବୈରାଗୀ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଲଳିତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.