Latest Odisha News

BREAKING NEWS

ପୁଣି ଅଶାନ୍ତ ମଣିପୁର, ଅଧରାତିରେ ଗୁଳିମାଡ଼ରେ ୯ ଜଣଙ୍କ ମୃତ୍ୟୁ

ଇମ୍ଫାଲ୍: ଅଧରାତିରେ ଗୁଳିମାଡ଼, ୯ ଜଣଙ୍କ ମୃତ୍ୟୁ । ଜଣେ ମହିଳାଙ୍କ ସମେତ ଗୁଳିମାଡ଼ରେ ମଣିପୁରରେ ଆଖି ବୁଜିଛନ୍ତି ୯ ଜଣ । ସେନାର ସୂଚନା ଅନୁସାରେ, ଖାମେନଲୋକ ଅଞ୍ଚଳରି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି ।

ମାସେ ହେଲା ଜଳୁଥିବା ମଣିପୁରରେ ଶାନ୍ତି ଫେରାଇ ଆଣିବା ଲାଗି ଉଦ୍ୟମ ଚାଲିଥିବା ବେଳେ ମଙ୍ଗଳବାର ରାତିରେ ପୁଣି ଗୁଳିମାଡ଼ ଉତ୍ତେଜନା ସୃଷ୍ଟି କରିଛି । ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷକୁ ନେଇ ମେ ୨ରୁ ଅଶାନ୍ତ ହୋଇ ଉଠିଥିଲା ମଣିପୁର ।

ମଙ୍ଗଳବାର ରାତିରେ ଖାମେନଲୋକ ଅଞ୍ଚଳରେ ଗୁଳିମାଡ଼଼ ହୋଇଥିବା ବେଳେ ଏହା କାଙ୍ଗପୋକପି ସୀମାକୁ ଲାଗି ରହିଛି । ଏହି ଅଞ୍ଚଳରେ ଗତ କିଛିଦିନ ଧରି ଉତ୍ତେଜନା ଲାଗି ରହିଥିଲା । ମଣିପୁର ହିଂସାରେ ଏଯାବତ୍ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି ।

Leave A Reply

Your email address will not be published.