Latest Odisha News

BREAKING NEWS

କରୋନାରେ ଗଲା ଆଉ ୯ ମୁଣ୍ଡ, କେନ୍ଦୁଝର ଜିଲ୍ଲାରେ ପ୍ରଥମ ମୃତ୍ୟୁ

ଭୁବନେଶ୍ୱର: ମାଡୁଛି ସଂକ୍ରମଣ, ରାଜ୍ୟରେ ଯାଉଛି ଜୀବନ । ଗତ ୨୪ ଘଣ୍ଟାରେ ଆଉ ୯ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କେନ୍ଦୁଝର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ଜଣେ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ସେହିପରି ଗଞ୍ଜାମ ଜିଲ୍ଲାରୁ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ଗଜପତି, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ଆଉ ଜଣେ ଲେଖାଏଁ ଭୂତାଣୁ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
୯ ମୃତକଙ୍କ ତଥ୍ୟ
୧. ଗଞ୍ଜାମ- ୪୨ ବର୍ଷୀୟ ପୁରୁଷ
୨. ସୁନ୍ଦରଗଡ଼- ୫୫ ବର୍ଷୀୟ ସଂକ୍ରମିତ
୩. ଗଞ୍ଜାମ- ୫୨ ବର୍ଷୀୟ ମହିଳା
୪. ଗଞ୍ଜାମ- ୫୯ ବର୍ଷୀୟ ଆକ୍ରାନ୍ତ

୫. ଗଜପତି- ୨୭ ବର୍ଷୀୟ ପୁରୁଷ
୬.. ଗଞ୍ଜାମ- ୫୩ ବର୍ଷୀୟ ଆକ୍ରାନ୍ତ
୭. କେନ୍ଦୁଝର- ୨୧ ବର୍ଷୀୟ ପୁରୁଷ
୮. ଖୋର୍ଦ୍ଧା- ୬୦ ବର୍ଷୀୟ ମହିଳା
୯. ଗଞ୍ଜାମ- ୬୩ ବର୍ଷୀୟ ଆକ୍ରାନ୍ତ

ରାଜ୍ୟରେ ମୃତ୍ୟୁସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ମୋଟ୍ ମୃତ୍ୟୁସଂଖ୍ୟା ୧୧୭କୁ ବୃଦ୍ଧି ପାଇଥିବା ବେଳେ ଖୋର୍ଦ୍ଧାରେ ୩୧, ସୁନ୍ଦରଗଡ଼ରେ ୧୧ ଜଣଙ୍କର ଜୀବନ ନେଲାଣି ପ୍ରାଣଘାତୀ କରୋନା । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧ ଜିଲ୍ଲରୁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କଲେଣି ।

Comments are closed.