Latest Odisha News

କଲରା ପତରିଆକୁ ପିଟିପିଟି ମାରି ଦେଇଥିବା ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ରମ୍ପିଆ ଗାଁ ନିକଟ ରେଳ ଧାରଣା କଡ଼ରୁ ଏକ କଲରା ପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି । ଅଭିଯୋଗ ହୋଇଛି, ବାଘଟିକୁ ପିଟି ପିଟି ମାରି ଦିଆଯାଇଛି ।

ତେବେ ବାଘଟିକୁ ଲୋକ ମାରିଛନ୍ତି ନା ଅନ୍ୟ କୌଣସି କାରଣରୁ ତାର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ । ଘଟଣାସ୍ଥଳରେ ସୁନ୍ଦରଗଡ଼ ଡିଏଫଓ ଏବଂ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ଗତକାଲି ବାଘଟି ରମ୍ପିଆ ଗାଁରେ ଲୋକଙ୍କୁ ଆକ୍ରମଣ କରିଥିଲା । ଏଥିରେ ଦୁଇ ଜଣ ମହିଳାଙ୍କ ସମେତ ପାଞ୍ଚ ଜଣ ଆହତ ହୋଇଥିଲେ । ଆଜି ସକାଳେ ବାଘ ମୃତଦେହ ରେଳ ଧାରଣା କଡରୁ ମିଳିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.