ନାରାୟଣପୁର: ସରକାରଙ୍କ ମାଓ ଦମନ ଅଭିଯାନ ଆରମ୍ଭ ହେବାପରେ ସଂଗଠନରେ ଅଧିକାଂଶ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଯାହାଫଳରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ମୁଖ୍ୟସ୍ରୋତରେ ସାମିଲ ହେବାରେ ଲାଗିଛନ୍ତି ଅଧିକାଂଶ ମାଓବାଦୀ । ଏନେଇ ଆଜି ପୁଣି ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।
ସୂଚନା ମୁତାବକ, ଛତିଶଗଡର ନାରାୟଣପୁର ପୋଲିସ ନିକଟରେ ଶୁକ୍ରବାର ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ, ରମେଶ ବଡଦା, ସନ୍ତୁ ବଡଦା, ମାସା ବଡଦା, ପୁନଉରାମ ବଡଦା, ଅଜୟ ଧ୍ରୁବ, ସୁଦିଲ କୁମେଟି, ଆୟତୁ ଉସେଣ୍ଡି, କରଵେ ବଡଦା ଏବଂ ଅନିଲ ବଡ଼ଦା ।
ଏହି ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କୁତୁର ଅଞ୍ଚଳରେ ସକ୍ରିୟ ଥିଲେ । ବହୁ ନକ୍ସଲ ହିଂସାରେ ଏମାନେ ସାମିଲ ଥିବା ପୋଲିସ କହିଛି ।
ପୋଲିସ ତରଫରୁ ସମସ୍ତ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ କରିବା ସହ ସସମ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି ଏସପି ପ୍ରଭାତ କୁମାର କହିଛନ୍ତି ।
ତେବେ ୨୦୨୪ ମସିହା ଠାରୁ ବର୍ତ୍ତମାନ ସୁଦ୍ଧା ନାରାୟଣପୁର ଜିଲ୍ଲାରେ ୪୦ରୁ ଅଧିକ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୬୦ରୁ ଅଧିକ ମାଓବାଦୀଙ୍କୁ ସଫା କରାଯାଇଛି । ସେହିପରି ୪୩ରୁ ଅଧିକ ମାଓବାଦୀଙ୍କୁ ଗିରଫ କରାଯାଇଛି ।
Comments are closed.