Latest Odisha News

ବାସ୍ତୁ ଅନୁସାରେ ଡ୍ରିମ କ୍ୟାଚର କେଉଁଠି ଲଗାଇଲେ ଭଲ?

ଭୁବନେଶ୍ବର:ଡ୍ରିମ କ୍ୟାଚର୍‌ ଦେଖିବାକୁ ଏକ ସୁନ୍ଦର ଓ୍ବାଲ୍‌ ହ୍ୟାଙ୍ଗି ଅଟେ । ଉପରଭାଗ ଗୋଲାକାର ହୋଇଥାଏ ଓ ଏହି ଗୋଲାକାର ଭିତରେ ସୂତାର ଓ୍ବେବ ବା ଜାଲ ପରି ଡିଜାଇନ ଥାଏ । ସେହି ଗୋଲାକର ରିଙ୍ଗରୁ ଲମ୍ବା ସୂତା ତଳକୁ ଝୁଲିଥାଏ ଓ ସେଥିରେ ପକ୍ଷୀର ପର ଲାଗିଥାଏ । ଏହା ଦେଖିବାକୁ ଭାରି ସୁନ୍ଦର । ବିଶ୍ବାସ କରାଯାଏ ଓ୍ବେବ ସବୁ ନକରାତ୍ମକ ଉର୍ଜା ଧରିନିଏ ଓ ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଏହାକୁ ଘରର ସଠିକ ଦିଗରେ ଲଗାଇଲେ ଖରାପ ସ୍ବପ୍ନରୁ ମୁକ୍ତି ମିଳିଥାଏ।

ଡ୍ରିମ କ୍ୟାଚର ଲଗାଇଲେ ଘରେ ସକରାତ୍ମକ ଉର୍ଜା ବାସ କରେ। ପରିବାର ସଦସ୍ୟଙ୍କ ମଧ୍ୟରେ ସର୍ବଦା ସକରାତ୍ମକ ଭାବ ରହେ। ଯଦି ସବୁବେଳେ ଖରାପ ସ୍ବପ୍ନ ଆସୁଛି ଏହାକୁ ଘରେ ଲଗାନ୍ତୁ।

ଏହାକୁ ଘରର ବାରଣ୍ଡା,ଝରକା , ବାଲକୋନୀରେ ଲଗାଇ ପାରିବେ । ଦକ୍ଷିଣ ପଶ୍ଚିମ ଦିଗରେ ଲଗାଇବା ଭଲ। ପୂର୍ବ ଦିଗରେ ମଧ୍ୟ ଲଗାଇପାରିବେ। କେବେ ବି ରୋଷେଇ ଘର କିମ୍ବା ବାଥ୍‌ରୁମ୍‌ରେ ଲଗାନ୍ତୁ ନାହିଁ। ଡ୍ରିମ କ୍ୟାଚର୍‌କୁ ଏଭଳି ସ୍ଥାନରେ ଲଗାଇବେ ଯେମିତିକି ଏହା ତଳେ କେହି ବସି ପାରୁନଥିବେ ଅବା ଏହାର ତଳ ଦେଇ କେହି ଯାଇପାରୁ ନଥିବେ।

ବେଡ୍‌ ପାଖରେ ଲଗାଇଲେ ଭଲ। ଏହାକୁ ପିଲାଙ୍କ ବେଡରୁମ୍‌ରେ ମଧ୍ୟ ଲଗାଇପାରିବେ।

 

Comments are closed.