ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ଦଳମାନଙ୍କର ପ୍ରଚାର ସେତେ ଅଧିକ ଦେଖିବାକୁ ମିଳୁଛି। ବିଭିନ୍ନ ପ୍ରତିଶ୍ରୁତି ସହ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ନେତା। ଆପଣ ଜାଣନ୍ତି କି ଦିଲ୍ଲୀ ମତଦାତା କିଭଳି ସ୍ଥିର କରନ୍ତି ନିଜ ପସନ୍ଦର ନେତା ?
୨୦୨୦ ବିଧାନସଭା ନିର୍ବାଚନ ପୂର୍ବରୁ ସିଏସଡିଏସକୁ ଚଞ୍ଚଲ୍ୟକର ଉତ୍ତର ଦେଇଥିଲେ ଦିଲ୍ଲୀ ମତଦାତା। ମତଦାନ ଦିନ ସେମାନେ କାହାକୁ ଭୋଟ ଦେବେ ସେକଥା ଚିନ୍ତା କରିବେ ବୋଲି ୫୫.୩ ପ୍ରତିଶତ ମତଦାତା ଉତ୍ତର ଦେଇଥିଲେ। ଦିନେ କି ଦୁଇ ଦିନ ପୂର୍ବରୁ ନିଜ ପସନ୍ଦର ପ୍ରାର୍ଥୀ ସ୍ଥିର କରିବା କଥା ୨୪ ପ୍ରତିଶତ ଭୋଟର କହିଥିଲେ। ଆଉ ୧୦ ପ୍ରତିଶତ ପ୍ରଚାର ମାଧ୍ୟମରେ ନିଜ ପସନ୍ଦର ନେତା ବାଛିଥିବା କହିଥିଲେ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିକାଶ, ବେରୋଜଗାର, ନାରୀ ସୁରକ୍ଷା, ପାନୀଯ ଜଳ ଓ ଦର ବୃଦ୍ଧିକୁ ସବୁ ଦଳ ପ୍ରସଙ୍ଗ କରି ପ୍ରଚାର ଚଳାଇଛନ୍ତି। ୨୦୨୦ ରେ ଦିଲ୍ଲୀବାସୀ ଦରଦାମ ବୃଦ୍ଧିକୁ ଆଖିରେ ରଖି ଭୋଟ ଦେଇଥିଲେ। ୨୦୧୫ ରେ ଏହି କାରଣ ୧୭ ପ୍ରତିଶତ ଓ ୨୦୧୩ ରେ ଏହା ୩୯ ପ୍ରତିଶତ ଥିଲା ।
ସେହିପରି ୨୦୨୦ ରେ ବେରୋଜଗାର ନେଇ ୧୦ ପ୍ରତିଶତ ଲୋକ ଭୋଟ ଦେଇଥିଲେ। ଏହି ମୁଦ୍ଦାରେ ୨୦୧୫ ମସିହାରେ ୪.୧ ପ୍ରତିଶତ ଓ ୨୦୧୩ ମସିହାରେ ୨.୫ ପ୍ରତିଶତ ଲୋକ ଭୋଟ ଦେଇଥିଲେ।
ଦିଲ୍ଲୀ ଦଙ୍ଗଲରେ ପ୍ରଥମ ଥର ୬ ଟି ଜାତୀୟ ଦଳ ମୈଦାନକୁ ଓହ୍ଲାଇଛନ୍ତି। ଏଥର ଆମ ଅଦମ୍ୟ ପାର୍ଟି, ବିଜେପି , କଂଗ୍ରେସ, ସିପିଆଇ, ସିପିଏମ ଓ ବିଏସପି ନିର୍ବାଚନ ଲଢୁଛନ୍ତି । ପୂର୍ବ ନିର୍ବାଚନରେ ୫ ଜାତୀୟ ଦଳ ଦିଲ୍ଲୀ ନିର୍ବାଚନ ଲଢିଥିଲେ।
Comments are closed.