ଅଟ୍ଟାରୀ: ପଞ୍ଜାବର ଅଟ୍ଟାରୀ ସୀମା ନିକଟରେ ଆତଙ୍କବାଦୀଙ୍କ ଏକ ବଡ ଷଡଯନ୍ତ୍ରକୁ ସୁରକ୍ଷାକର୍ମୀମାନେ ବିଫଳ କରିଛନ୍ତି । ବୁଧବାର ଆଫଗାନିସ୍ତାନରୁ ଆସୁଥିବା ଏକ ଟ୍ରକରେ ୯୦୦ ଗ୍ରାମର ଆରଡିଏକ୍ସ ଜବତ କରାଯାଇଥିଲା । ଡ୍ରାଇ ଫ୍ରୁଟ ନେଇ ଆସୁଥିବା ଏହି ଟ୍ରକକୁ ସ୍କାନ କରାଯିବା ବେଳେ ଏଥିରେ ବିସ୍ଫୋଟକ ପଦାର୍ଥ ଥିବା ଜଣା ପଡିଥିଲା । ଟ୍ରକ ଚାଳକକୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ଏହା ପୂର୍ବରୁ ଅମୃତସରରେ ସବ ଇନ୍ସପେକ୍ଟର ଦିଲବାଗ ସିଂଙ୍କ ବୋଲେରୋରେ ଆଇଇଡି ଲଗା ଯାଇଥିଲା । ଭାଗ୍ୟ ବଶତଃ ଗାଡି ସଫା କରାଯିବା ବେଳେ ଏହା ଜଣା ପଡିଥିଲା । ଦେଶ ଏବେ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆତଙ୍କବାଦୀମାନେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ପ୍ରାରମ୍ଭିକ ତଦନ୍ତରେ ପାକିସ୍ତାନରୁ ଏହି ଟ୍ରକ ଆସିଥିବା ଜଣାପଡିଛି । ଏହି ଘଟଣା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ।
BREAKING NEWS
- Budget 2026: ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟକୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି: ଅମିତ ଶାହା
- Union Budget 2026: ବଜେଟ ପାଇଁ କାହିଁକି ଧସିଲା ସେୟାର ମାର୍କେଟ…
- Budget 2026: ‘ଖେଲୋ ଇଣ୍ଡିଆ ମିଶନ’ ଭାଗ୍ୟ ବଦଳାଇବ ଦେଶର, ଏବେ ପଦକ ସହ ମିଳିବ ନିଯୁକ୍ତି
- Union Budget 2026: She-Mart ଯୋଜନା କ’ଣ? ବଜେଟ୍ ୨୦୨୬ ରେ ମହିଳାମାନଙ୍କ ପାଇଁ ବଡ଼ ଘୋଷଣା…
- ଏହା ଏକ ଯୁବଶକ୍ତି ବଜେଟ୍, ବର୍ତ୍ତମାନର ସ୍ୱପ୍ନକୁ ସାକାର କରିବ: ମୋଦି
- ଟି୨୦ ବିଶ୍ୱକପ ପୂର୍ବରୁ ଏହି ସବୁ ପ୍ରଶ୍ନର ଉତର ଖୋଜୁଛି ଟିମ ଇଣ୍ଡିଆ
- Budget 2026: ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ କୋକୋଆକୁ ବିଶ୍ୱର ଏକ ପ୍ରିମିୟମ୍ ବ୍ରାଣ୍ଡ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ
- ବଜେଟରେ ନାଖୁସ ଶଶି ଥରୁର: କହିଲେ, ନିର୍ବାଚନ ରାଜ୍ୟ ହେବା ସତ୍ତ୍ୱେ କେରଳକୁ କରାଗଲା ଅଣଦେଖା
- ଭାରତ ଇରାନରୁ ନୁହେଁ, ଭେନେଜୁଏଲାରୁ ତେଲ କିଣିବ: ବଡ଼ ଘୋଷଣା କଲେ ଟ୍ରମ୍ପ
- Union Budget 2026: ଓଡିଶା ଉପରେ ବଜେଟ ବର୍ଷା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…
Comments are closed.