ଅଟ୍ଟାରୀ: ପଞ୍ଜାବର ଅଟ୍ଟାରୀ ସୀମା ନିକଟରେ ଆତଙ୍କବାଦୀଙ୍କ ଏକ ବଡ ଷଡଯନ୍ତ୍ରକୁ ସୁରକ୍ଷାକର୍ମୀମାନେ ବିଫଳ କରିଛନ୍ତି । ବୁଧବାର ଆଫଗାନିସ୍ତାନରୁ ଆସୁଥିବା ଏକ ଟ୍ରକରେ ୯୦୦ ଗ୍ରାମର ଆରଡିଏକ୍ସ ଜବତ କରାଯାଇଥିଲା । ଡ୍ରାଇ ଫ୍ରୁଟ ନେଇ ଆସୁଥିବା ଏହି ଟ୍ରକକୁ ସ୍କାନ କରାଯିବା ବେଳେ ଏଥିରେ ବିସ୍ଫୋଟକ ପଦାର୍ଥ ଥିବା ଜଣା ପଡିଥିଲା । ଟ୍ରକ ଚାଳକକୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ଏହା ପୂର୍ବରୁ ଅମୃତସରରେ ସବ ଇନ୍ସପେକ୍ଟର ଦିଲବାଗ ସିଂଙ୍କ ବୋଲେରୋରେ ଆଇଇଡି ଲଗା ଯାଇଥିଲା । ଭାଗ୍ୟ ବଶତଃ ଗାଡି ସଫା କରାଯିବା ବେଳେ ଏହା ଜଣା ପଡିଥିଲା । ଦେଶ ଏବେ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆତଙ୍କବାଦୀମାନେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ପ୍ରାରମ୍ଭିକ ତଦନ୍ତରେ ପାକିସ୍ତାନରୁ ଏହି ଟ୍ରକ ଆସିଥିବା ଜଣାପଡିଛି । ଏହି ଘଟଣା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ।
BREAKING NEWS
- Thunderstorm Alert To Odisha: ଓଡ଼ିଶାରେ ପ୍ରବଳ ବର୍ଷିବ! ଆସୁଛି ଆଉ ଏକ ଲଘୁଚାପ…
- Firecracker Explosion: କଟକ ବାଣ ବିସ୍ଫୋରଣ ଘଟଣା; ୨ ମହିଳା ଏବଂ ଜଣେ ଶିଶୁ କନ୍ୟା ମୃତ
- Handibhanga Jata: ୧୧ ବର୍ଷ ପରେ ପୁଣି ପାଳନ ହେବ ହାଣ୍ଡିଭଙ୍ଗା ଯାତ…
- Wedding Clash Over Pet Dog: ପୋଷା କୁକୁର ପାଇଁ ଭାଙ୍ଗିଗଲା ବାହାଘର…ବର୍ଷ ବର୍ଷର ଭଲ ପାଇବା ଠାରୁ ମୁହଁ ଫେରେଇ ନେଲେ…
- ମେମୁ ଟ୍ରେନ୍ ମୁହାଁମୁହିଁ ଖବର; ସ୍ପଷ୍ଟ ସୂଚନା ଦେଲା ଇଷ୍ଟ କୋଷ୍ଟ ରେଲୱେ
- ପୁଣି ବଢିଲା ଡ୍ରପ୍ ଆଉଟ୍ ସଂଖ୍ୟା: ପାଠ ଛାଡ଼ିଛନ୍ତି ୧୫% ପିଲା
- ପ୍ରେମିକା ଆଗରେ ଗଲା ପ୍ରେମିକ ଜୀବନ, ଓୟୋ ହୋଟେଲ ରୁମରେ ମିଳିଲା ପ୍ରେମିକର ମୃତଦେହ
- Summer Preparations: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି…
- ଟି୨୦ ବିଶ୍ୱକପ: ଗ୍ରୁପ ଅଫ ଡେଥରେ ଟିମ ଇଣ୍ଡିଆ
- ଶିମିଳିପାଳରେ ଆତ୍ମସମର୍ପଣ କଲେ ୩୯ ଶିକାରୀ, ୯ ବନ୍ଧୁକ ଜବତ
Comments are closed.