Latest Odisha News

BREAKING NEWS

୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯,୪୨୯ ନୂଆ ଆକ୍ରାନ୍ତ: ଦେଶରେ ୯ ଲକ୍ଷ ୩୬ ହଜାର ଟପିଲା କରୋନା ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୯,୪୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୫୮୨ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୩୬,୧୮୧ ଛୁଇଁଥିବାନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ।

ଭାରତରେ କରୋନା ସଂକ୍ରମଣରୁ ଆରୋଗ୍ୟ ହେଉଥିବା ବ୍ୟକ୍ତିଙ୍କ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ମୋଟ ସଂକ୍ରମଣର ୬୩.୨୦% ଲୋକ ଏବେ ଆରୋଗ୍ୟ ଲାଭ କଲେଣି ।

ବର୍ତ୍ତମାନ ସୁଦ୍ଧା ୩,୧୯,୮୪୦ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ୨୩,୭୨୭ ଜଣ ପ୍ରାଣ ହରାଇଛନ୍ତି । ୫,୭୧,୪୬୦ ହଜାର ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

ସେହିପରି ସଂକ୍ରମିତ ସଂଖ୍ୟାରେ ତୃତୀୟ ସ୍ଥାନରେ ପହଞ୍ଚିଛି ଭାରତ । ଭାରତ ଉପରକୁ ଦ୍ଵିତୀୟ ସ୍ଥାନରେ ରାହିଛି ବ୍ରାଜିଲ ଓ ପ୍ରଥମ ସ୍ଥାନରେ ରାହିଛି ଆମେରିକା ।

Leave A Reply

Your email address will not be published.