Latest Odisha News

BREAKING NEWS

ବିଜେପିରେ ମିଶିବି ନାହିଁ, କଂଗ୍ରେସରେ ଅଛି: ସଚିନ ପାଇଲଟ

ଜୟପୁର: ଗେହଲଟ ପ୍ଲେନରୁ ଫାଇଟର୍ ଫାଇଟର୍ ପାଇଲଟ୍ ଆଉଟ୍ ହୋଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ସଚିନ ପାଇଲଟ ବିଦା ହେବା ପରେ ତାଙ୍କ ଗତି କୁଆଡ଼େ ? ତାଙ୍କର ପରବର୍ତ୍ତୀ ନିଷ୍ପତ୍ତି କଣ ? ବିଜେପିରେ ସାମିଲ ହେବେ କି ? ଏଭଳି ଚର୍ଚ୍ଚା ଭିତରେ ସଚିନ ପାଇଲଟ କହିଛନ୍ତି ସେ ବିଜେପିରେ ଯୋଗ ଦେଉ ନାହାନ୍ତି ।

ସଚିନ ପାଇଟଲ୍ କହିଛନ୍ତି, ବିଜେପିରେ ଯୋଗ ଦେବା ନେଇ ସେମିତି କୌଣସି ଯୋଜନା ନାହିଁ । ଅଯଥାରେ ତାଙ୍କୁ ବିଜେପି ସହ ଯୋଡ଼ାଯାଉଛି । ଏବେ ବି ସେ କଂଗ୍ରେସରେ ଅଛନ୍ତି । ରାଜସ୍ଥାନବାସୀଙ୍କ ସେବା କରିବେ ।

ଗତକାଲି ସଚିନ ପାଇଲଟଙ୍କୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଥିଲା । ସେହିପରି ରାଜ୍ୟ ପିସିସି ଅଧ୍ୟକ୍ଷ ପଦରୁ ବି ହଟାଇ ଦେଇଥିଲା କଂଗ୍ରେସ । ବିଜେପି ସହ ମିଶି ଗେହଲଟ ସରକାରକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ଅଭିଯୋଗ ଆଣିଥିଲା କଂଗ୍ରେସ । ବିଧାୟକ ଦଳ ବୈଠକରେ ଯୋଗ ନଦେବାରୁ ପାଇଲଟଙ୍କୁ ପଦପଦବୀରୁ ହଟାଇ ଦିଆଯାଇଛି

Leave A Reply

Your email address will not be published.