ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ ୨୪ ଘଣ୍ଟାରେ ଦେଶରେ ୧୧,୮୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୩୮,୧୯୪ ହୋଇଛି । ସେହିପରି ମୋଟ ୧,୦୫,୩୪,୫୦୫ ଜଣ ସୁସ୍ଥ ହୋଇଥିବା ବେଳେ ଜାତୀୟ ସୁସ୍ଥ ହାର ୯୭ ପ୍ରତିଶତ ହୋଇଛି ।
ଅନ୍ୟପଟେ ଦିନକରେ ୮୪ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା ଭାଇରସ । ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧,୫୫,୦୮୦ ହୋଇଥିବା ବେଳେ ଦେଶରେ କରୋନାଜନିତ ମୃତ୍ୟୁ ହାର ୧.୪୩ ପ୍ରତିଶତ ରହିଛି ।
ଆମେରିକା ଓ ୟୁରୋପ ରାଷ୍ଟ୍ରଗୁଡ଼ିକ ଅପେକ୍ଷା ଭାରତରେ କରୋନାର ମୁକାବିଲା କରିବାରେ ସଫଳ ହୋଇଛି ବୋଲି ପ୍ରକାଶ ଜାଭେଦକର କହିଛନ୍ତି । ଏନେଇ ସେ କହିଛନ୍ତି “୧୩୦ କୋଟି ଜନସଂଖ୍ୟା ସତ୍ତ୍ୱେ ଆମେରିକା, ଲାର୍ଟିନ ଆମେରିକା ଓ ୟୁରୋପ ଦେଶ ତୁଳନାରେ ଭାରତ ତାର ମୃତ୍ୟୁ ସଂଖ୍ୟାକୁ ରୋକିପାରିଛି।”
ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଧା ଦେଶରେ କରୋନା ସକ୍ରିୟ ସଂଖ୍ୟା ୧,୪୮,୬୦୯ ରହିଛି । ଏହାର ସମୁଦାୟ ଆକ୍ରାନ୍ତର ୧.୩୭ ପ୍ରତିଶତ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହେଉଥିବା ବେଳେ ଟିକାକରଣ କିନ୍ତୁ ଜୋର୍ସୋର୍ରେ ଚାଲୁ ରହିଛି ।
Comments are closed.