Latest Odisha News

BREAKING NEWS

ଭାରତରେ ୯୭ ପ୍ରତିଶତ ବ୍ୟକ୍ତି ରାତ୍ରିଭୋଜନ ବେଳେ ଟିଭି ଦେଖନ୍ତି

ନୂଆଦିଲ୍ଲୀ: ନୀଲସନ ଆଇକ୍ୟୁ ଓ ଆମାଜନର ଏକ ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଭାରତୀୟ ଦର୍ଶକଙ୍କ ମନୋରଞ୍ଜନ ଶୈଳୀକୁ ନେଇ ଏହି ସର୍ଭେ କରାଯାଇଥିଲା । ରିପୋର୍ଟ ଅନୁସାରେ ଭାରତରେ ୯୭ ପ୍ରତିଶତ ବ୍ୟକ୍ତ ରାତ୍ରିଭୋଜନ ବେଳେ ଟିଭି ଦେଖିବାକୁ ପସନ୍ଦ କରିଥାନ୍ତି । ୭୮ ପ୍ରତିଶତ ବ୍ୟକ୍ତି ସ୍ମାର୍ଟଫୋନ, ଟ୍ୟାବଲେଟ ଓ ଲ୍ୟାପଟପ ତୁଳନାରେ ଷ୍ଟ୍ରିମିଂ ଷ୍ଟିକ, ସ୍ମାର୍ଟ ଟିଭି ଓ ସେଟ ଟପ ବକ୍ସ ମାଧ୍ୟମରେ ଟିଭିରେ ଅନଲାଇନ କଂଟେଟ ଦେଖିବାକୁ ପସନ୍ଦ କରିଥାନ୍ତି । ସେହିପରି ୬୬ ପ୍ରତିଶତ ସପ୍ତାହର ଶେଷ ଦିନରେ ୫ ଘଂଟା ଟିଭି ଦେଖିଥାନ୍ତି । ଅନ୍ୟ ଦିନଗୁଡିକରେ ୩ ଘଂଟାରୁ କମ ସମୟ ଟିଭି ଦେଖିଥାନ୍ତି ।

ଭାରତରେ କମେଡି କଂଟେଟ ସବୁଠାରୁ ବେଶୀ ପସନ୍ଦ କରାcଯାଇଥାଏ । ଏହା ପରେ କ୍ରୀଡା, ରୋମାଂଚ, ପ୍ରେମ, ହରର ଓ ଇଂଟରନେଂଟ ଶୋର ଚାହିଦା ରହିଥାଏ । ଭାରତୀୟ ଦର୍ଶକ ବଡ ପରଦାରେ ଓଟିଟି କଂଟେଟ ଦେଖିବାକୁ ଭଲ ପାଇଥାନ୍ତି । ଯାହା ଫଳରେ ଦିନକୁ ଦିନ ଫାୟାର ଟିଭି ଷ୍ଟିକ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଜର୍ଣ୍ଣାଲ ଟିଭିକୁ ସ୍ମାର୍ଟ କରିଥାଏ । ଏହା ମାଧ୍ୟମରେ ସାଧାରଣ ଟିଭିରେ ଓଟିଟି କଂଟେଟ ଦେଖିହୋଇଥାଏ । ୧୨୦୦୦ ଅଧିକ ଆପ୍ସ ଆକ୍ସେସ କରିହୁଏ ।

Leave A Reply

Your email address will not be published.